ଓଡ଼ିଶା ତାଜା ନ୍ୟୁଜ (୦୪ ଅକ୍ଟୋବର ରବିବାର ) ପଦ୍ମପୁର :- କେନ୍ଦ୍ର ସରକାରଙ୍କ ତୃଟୀପୂର୍ଣ୍ଣ କୃଷକ ବିରୋଧି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପାଇଁ ମେଲି ହେଉଛନ୍ତି । ରାଜ ବୋଡା ସମ୍ବର କୃଷକ ସଂଗଠନର ଆହ୍ବାନ କ୍ରମେ ପଦ୍ମପୁର ଉପଖଣ୍ଡ କନସିଂହା ଗ୍ରାମ ପଞ୍ଚାୟତ ସାରସମାଲ ଠାରେ ଚାଷୀ ମାନଙ୍କର ଏକ ବୈଠକ ହୋଇଥିଲା ।
ଏଥିରେ ଚାଷୀନେତା ଲଙ୍ଗରାଜ,ରମେଶ ମହାପାତ୍ର,ହର ବଣିଆ,ବାଂଛାନିଧି ନାୟକ,ଅଶୋକ ସାହୁ,ରୋହିତ ପ୍ରଧାନ,ବିଶ୍ବନାଥ ରଣା,କୈଲାସ ବାରିକ ଓ ଅନେକ ଚାଷୀ ପ୍ରତିନିଧି ଯୋଗଦାନ କରିଥିଲେ । ପଦ୍ମପୁର,ପାଇକମାଲ,ଝାରବନ୍ଧ,ସୋହେଲା ,ଗାଇସଲେଟ ଅଂଚଳର ଚାଷିମାନେ ସରକାରଙ୍କ ଚାଷୀ ବିରୋଧି ନୀତିର କଟୁ ସମାଲୋଚନା କରିଥିଲେ । ମଣ୍ତି ବ୍ୟବସ୍ଥା ଉଛ୍ଛେଦ,କଂପାନୀ ହାତକୁ ଚାଷିର ଉତ୍ପାଦନକୁ ଟେକି ଦେବା ଆଦି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ଦାବୀ କରିବେ ।
ଏଥିପାଇଁ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ । ସାରା ଭାରତରେ ଅଧ୍ୟାଦେଶ ବିରୁଦ୍ଧରେ ଚାଷୀ ଆନ୍ଦୋଳନ ମୁଣ୍ତ ଟେକୁଛି। ଏଥିରେ ରାଜ ବୋଡା ସମ୍ବର କୃଷକ ସଂଗଠନ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସଂଗଠନର ସଭାପତି ବାଂଛାନିଧି ନାୟକ ଓ ଆବାହକ ଅଶୋକ ସାହୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)