ଓଡ଼ିଶା ତାଜା ନ୍ୟୁଜ ( ୦୪ ଅକ୍ଟୋବର ରବିବାର ) ଢେଙ୍କାନାଳ :- ଆଜି ଜିଲ୍ଲାରେ ୮୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତିି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୫୮ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୮ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୯ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜି ଢେଙ୍କାନାଳ ପୌରାଞ୍ଚଳର ୨୬ ଜଣଙ୍କ ମଧ୍ୟରୁ ମୀନା ବଜାରରୁ ୬, ଲକ୍ଷ୍ମୀ ବଜାର ଓ ବନମାଳୀ ପ୍ରସାଦରୁ ୩ ଲେଖାଏଁ, ଭାଗିରଥି ବିହାର,ବାଜିଚୌକ୍ ଓ ସିମିଳିଆରୁ ୨ ଲେଖାଏଁ,କୁଞ୍ଜକାନ୍ତ, ବସଷ୍ଟାଣ୍ଡ, ଅମଲାପଡା,ମହିଷାପାଟ, ଜଗନ୍ନାଥ ରୋଡ, ଷ୍ଟେସନ ବଜାର,ହାଉସିଂ ବୋର୍ଡ କଲୋନୀ ଓ ଦେଉଳସାହିରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ସାରିଆପଦା,ମେରାମୁଣ୍ଡଳି ଓ ମହିଧର ପୁରରୁ ଜଣେ ଲେଖାଏଁ, ସଦର ବ୍ଲକର ୫ ଜଣଙ୍କ ମଧ୍ୟରୁ ନରଣ ପୁରରୁ ୨, କଙ୍କଡ଼ାହାଡ଼,ଗଜମରା ଓ ରଞ୍ଜାରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ସେହିପରି ଗନ୍ଦିଆ ବ୍ଲକର ୨୨ ଜଣଙ୍କ ମଧ୍ୟରୁ ଯୋରନ୍ଦାରୁ ୫,ଜାମୁସରାରୁ ୪,ଦଧିସିଙ୍ଗାରୁ ୩,ପୋରୁହଖୋଜ, ବଲ୍ଲଭ ଓ ନାଟିମାରୁ ୨ ଲେଖାଏଁ, ଖଣ୍ଡବନ୍ଧ,ମହାପଦା ଓ ଚିରୁଳେଇରୁ ଜଣେ ଲେଖାଏଁ , ପରଜଙ୍ଗ ବ୍ଲକର ୧୦ ଜଣଙ୍କ ମଧ୍ୟରୁ କୁଆଳୋରୁ ୮, ପରମହଂସ ପୁର ଓ ପରଜଙ୍ଗରୁ ଜଣେ ଲେଖାଏଁ, ଭୁବନ ବ୍ଲକର କାଇଁସିରି ଓ ଗୋଡାରୁ ଜଣେ ଲେଖାଏଁ ଏବଂ କାମାକ୍ଷାନଗର ଏନ୍ ଏ ସି ରୁ ଜଣେ ଚିହ୍ନଟ ଥିବାବେଳେ ବ୍ଲକର ବାରୁଆଁରୁ ୨, କମଙ୍ଗରା, ବରକୋଳି,କନ୍ତିଓ ପୁଟସାହି, ଜଗନ୍ନାଥ ପୁର ଓ ମାଛିକାରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାରେ ଆଜି ଆଉ ଜଣେ ବ୍ୟକ୍ତି କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତିି । ଭୁବନ ଅଞ୍ଚଳର ୭୦ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁକୁ ଷ୍ଟେଟ୍ ଡେଥ୍ ଅଡିଟ୍ ଟିମ୍ କରୋନା ଜନିତ ମୃତ୍ୟୁ ଭାବେ ଘୋଷଣା କରିଛନ୍ତି । ଜିଲ୍ଲାରେ ଆଜି ଆଉ ୫୭ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୯୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୩୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦୬ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )