ଓଡ଼ିଶା ତାଜା ନ୍ୟୁଜ ( ୦୪ ଅକ୍ଟୋବର ରବିବାର ) ଜଗତସିଂହପୁର :- ଗତ ତିନିବର୍ଷ ତଳେ ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆରେ ଥିବା ପ୍ରାଥମିକ ଚିକିତ୍ସାଳୟାକୁ ଏକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେବା ପାଇଁ ଅନଶନ ପରେ ସରକାରଙ୍କ ପକ୍ଷରୁ ଗତ ୨୦୧୭ ମସିହା ଅକ୍ଟୋବର ମାସ ୧୩ ତାରିଖରେ ସରକାର ରେଢୁଆକୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ । ମାତ୍ର ତିନିବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ରେଢୁଆରେ ପୂର୍ଣ୍ଣକାଳୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ପ୍ରଶାସନର ବିଲମ୍ବ ହୋଇଛି । ଏହି ଅନୁସାରେ ଜଗତସିଂହପୁର ମୁକ୍ଷ୍ୟ ଚିକିତ୍ସାଅଧିକାରୀ ରେଢୁଆ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରର ଗୃହ ନିର୍ମାଣ ଓ ଭିର୍ତ୍ତିଭୂମି ବିକାଶ ହେବାପାଇଁ ୧,୫ଏକର ଉପଯୋଗୀ ଜମି ଯୋଗାଇଦେବାକୁ ରଘୁନାଥପୁର ତହସିଲଦାରକୁ ନିର୍ଦ୍ଦେଶ ଆସିଥିଲା । ମାତ୍ର ଆଜିପର୍ଯନ୍ତ ଜମି ଅଧିଗ୍ରହଣ ହେଲାନାହିଁ । ସେହିପରି ସ୍ୱାସ୍ତ୍ୟକେନ୍ଦ୍ରରେ ୨୪ଘଣ୍ଟିଆ ଡାକ୍ତର ସେବା ଯୋଗାଇ ଦେବାକୁ ଥିବାବେଳେ ଏଠାରେ ଆବଶ୍ୟକ ଡାକ୍ତର ପାରାମେଡିକାଲ ଷ୍ଟାପ ଯୋଗାଇ ଦିଆଯାଇନଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି । ଏସବୁ ସମସ୍ୟା କୁ ନେଇ ଆଞ୍ଚଳିକ ସ୍ବାସ୍ତ୍ୟସୁରକ୍ଷ୍ୟା ସମିତି ଓ ବୃନ୍ଦାବନଚନ୍ଦ୍ର ଆଞ୍ଚଳିକ ଯୁବକସଙ୍ଗ ରେଢୁଆର ମିଳିତ ପ୍ରୟାସରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁର୍ନକାଳୀନ ସ୍ୱାସ୍ଥ୍ୟକେନ୍ଦ୍ରର ଦାବିରେ ଆମରଣ ଅନଶନ ଆରମ୍ଭ ହୋଇଛି । ୪ଟି ଦାବି ସରକାର ଦେଇଥିବା ଚିଠି ଅନୁସାରେ କାର୍ଯ୍ୟକାରୀ
କରିବା ,୪ଜଣ ବିଶେଷଜ୍ଞ ଡାକ୍ତର ଓ ପାରାମେଡିକାଲ ଷ୍ଟାପ ଯୋଗାଇଦେବା, ଭିତ୍ତିଭୂମି ନିମିତ୍ତ ମଞ୍ଜୁରୀ ହୋଇଥିବା ୫କୋଟି ୪୨ଲକ୍ଷ୍ୟଟଙ୍କାକୁ ତୁରନ୍ତ ବିନିଯୋଗ କରିବା ,ଏହି ଅଂଚଳ ଆଥିକ ଅନଗ୍ରସର ଅଞ୍ଚଳ ହୋଇଥିବାରୁ ସ୍ବାସ୍ଥ୍ୟସେବାରେ ଉପଯୋଗି ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବିକାରୀ ବରିଷ୍ଠ ଶିକ୍ଷ୍ୟାବିତ ପ୍ରାଣକୃଷ୍ଣ ନାୟକ ,ଲେଖିକା ଗୀତା ରଥ, ସମାଜସେବୀ ବଳରାମ ନାୟକ, ନିରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ବିଜନ ମହାପତ୍ର, ଜ୍ଞାନରଞ୍ଜନ ନାୟକ ,ଗଗନ ବିଶ୍ୱାଳ, ସ୍ନେହାଶୂ ଜେନା ଓ ପୂର୍ବତନ ସରପଞ୍ଚ ଦେବୀପ୍ରସାଦ ମହାରଣା ପ୍ରମୁଖ ଅନଶନରେ ବସିଥିବାବେଳେ ଶତାଧିକ ସମାଜସେବୀ ସହଯୋଗ କରିଥିଲେ । ଅନଶନ କାରୀ ୨ତାରିଖ ଶୁକ୍ରବାର ସକାଳ ୧୦ଟାରୁ ୩ତାରିଖ ଶନିବାର ରାତି ୯ଟା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିଲେ ପ୍ରଶାସନ ପକ୍ଷରୁ ରଘୁନାଥପୁର ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ , ରଘୁନାଥପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁକାନ୍ତ କୁମାର ଦଳାଇ ଓ ଭାରପ୍ରାପ୍ତ ଧାନା ଅଧିକାରୀ ଲିଜାରାଣୀ ବିଶ୍ୱାଳ ଧାରଣାସ୍ଥଳରେ କିଛି ସମୟ ବୁଝାସୁଜା କରିବାସହିତ ଦୁଇ ଦିନ ଭିତରେ ପାରାମେଡିକାଲ ଷ୍ଟାଫ ବେବସ୍ଥା କରାଯିବା ପ୍ରତିଶୃତି ପାଇବାପରେ ଶନିବାର ରାତି ୯ଟା ୩୦ ମିନିଟରେ ଅନଶନ ପ୍ରତ୍ୟାହୃତ ହୋଇଥିଲା (ଭାସ୍କର ପଟ୍ଟନାୟକ)