ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ବ୍ରହ୍ମପୁର :- ରାୟଗଡ଼ା ରାୟଗଡା ଅଧିନରେ ଥିବା କେରଡ଼ା ଗ୍ରାମ ଓ ଗ୍ରାମ ପଂଚାୟତ । ଏହି ଗ୍ରାମ ଓଡିଶା ଓ ଆନ୍ଧ୍ର ସୀମାନ୍ତ ଅଂଚଳ । ଏହି କେରେଡା ପଂଚୟତ ପାର୍ଶ୍ୱରେ ଯାଇଥିବା ନଗବଳୀ ନଦୀରୁ କିଛି ବାଲି କୁଆଁରୀ ଠିକା ଦାର ବେ ଧଡକ ବାଲି ଜେସିପି ସାହାଯ୍ୟ ରେ ଉଠଣ କରି ପ୍ରତେକ ଦିନ ସହ ସହ ୧0 ଚକିଆ ଟ୍ରକ ସାହାଯ୍ୟରେ ବାଲି ଆନ୍ଧ୍ର କୁ ଚାଲାଣ ଦୀର୍ଘ ବର୍ଷ ଧରି କରି ଆସୁଛନ୍ତି । ଆନ୍ଧ୍ର ପ୍ରଦେଶରେ ଗୋଟିଏ ବାଲି ଟ୍ରକର ଦାମ ପାଖାପାଖି ୫0 ହଜାର ଟଙ୍କା । ସେହି ତୁଳନାରେ ଆମ ରାଜ୍ୟରେ ସେହି ବାଲିର ଦାମ ଅତି ଅଧିକ ହେକେ ମାତ୍ର ୫ହଜାର ଟଙ୍କା । ଏହି ବାଲି ଉଠାଣାର ଦ୍ୱାରା ସେହି ବାଲି ଘାଟ ଦିନକୁ ଦିନ ଗଭୀର ହେବାରେ ଲାଗିବା ଦ୍ୱାରା ନଦୀ ମୁହାଣ ଧୀରେ ଧୁରେ ପାଣିର ସ୍ରୋତରେ ଖାଇ ବାରେ ଲାଗିଛି । ଓ ଦିନଙ୍କୁ ଦିନ ନଦୀର ଗତି ପାଥ ବଦଳି ଗ୍ରାମା ଭିମୁଖି ହେବାରେ ଲାଗିଛି । ଫଳରେ ସହ ସହ ଏକର ଚାଷ ଜମି ନଦୀରେ ଲୀନ ହେବାରେ ଲାଗିଛି। ଏହି ପଂଚୟତର ବାଲି ଘାଟ ବନ୍ଦ କଟିବା ପାଇଁ ବାରମ୍ବାର ଗ୍ରାମ ବାସୀ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ରାୟଗଡା ବ୍ଲକ ତହସିଲଦାର କର୍ଣପାତ କରୁ ନଥିବା ଦେଖିବକୁ ମିଳିଛି ।
ଏହାବି ଶୁଣିବାକୁ ମିଳୁଛି ଏହି ବାଲି ଦଲାଲଙ୍କ ଠାରୁ ତହସିଲଦାର ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନିଜ ପକେଟ ଗରମ କରୁଛନ୍ତି । ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ଘଟୁଛି । ଆଜି ରାୟଗଡା ଜିଲ୍ଲାର ଯୁବ ସଙ୍ଘଠନ DYFI -SFI, CPI ସଙ୍ଘଠନ ଓ କେରଡ଼ା ପଂଚୟତ ର ୫0 ରୁ ଉର୍ଦ୍ଧ୍ବ ଯୁବକ ଓ ଗ୍ରାମବାସୀ ରାୟଗଡା ତାହାସିଲଦାରଙ୍କୁ ଏକ ବାଲି ଘାଟ ବନ୍ଦ କରିବା ନେଇ ସ୍ଲୋଗାନ ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଛ ଦାବି ପତ୍ର ରେ ଉଲ୍ଲେଖ ଅଛି ଯଥା ଶୀଘ୍ର ବାଲି ଘାଟ ବନ୍ଦ କର, ଜେସିବି ସାହାଯ୍ୟରେ ବାଲି ଉଠାଇବା ନିୟମ ବାହାରେ ତାହା ବନ୍ଦ କରିଛନ୍ତି । ରାଜ୍ୟସରକାର ଲକ୍ଷ ଲକ୍ଷ ରାଜେଶ୍ୱ ହରାଇଥିବା ଥିବାର ପ୍ରକୃତ ତଥ୍ୟ ଯାଞ୍ଚ ପରିସର ଭୁକ୍ତ କରାଯାଉ ବୋଲି ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ସାତ ଦିନ ମଧ୍ୟରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲି ଘାଟ ବନ୍ଦ ନ କଲେ ଗ୍ରାମ ବାସୀ ଓ ସଂଗଠନ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ବାଲି ବଞ୍ଚାଅ ଅଭିଯାନ ର ଆବାହକ ତଥା DYFI -SFI, CPI ସଙ୍ଘଠନ ର ସଭାପତି ଓ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିବା ଦେଖିବକୁ ମିଳିଛି । ( ରିପୋର୍ଟ- ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )