ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ବ୍ରହ୍ମପୁର :- କୁକୁଡାଖଣ୍ଡି ବ୍ଲକ ରୋହିଗାଁ ପଞ୍ଚାୟତ ର ନଳିହାଡ଼ ଗ୍ରାମରେ ବହୁତ ଦିନଧରି ଗାଁ କଲ୍ୟାଣ ସମିତି କମିଟି ହୋଇ ନଥିବାରୁ ଆସୁଥିବା ସରକାରୀ ଅର୍ଥ ଖର୍ଚ୍ଚ ନହୋଇ ପଡିରହିଥିଲା l ତାହା ଆଜି ସ୍ଥାନୀୟ ଅଙ୍ଗନୱାଡି ଗୃହରେ ଜ୍ଞାନରଂଜନ ଜେନା ସୁପ୍ରଭାଇଜର, ଏଏନଏମ ପଙ୍କଜ ଦିଦି, ଅଙ୍ଗନୱାଡି,ଆଶାକର୍ମୀ, ମହିଳା ସହାୟକ ଗୋଷ୍ଠୀ ଓ ୱାଡ଼ସଭ୍ୟ ଓ ସଭ୍ୟା ଙ୍କୁ ନେଇ ଏକ ବ୍ୟଠକ ଅନୁଷ୍ଠିତ ହୋଇଥିଲା l ଏ ଏହି ବ୍ୟଠକ ରେ ଏଏନଏମ ଓ ସୁପରଭାଇଜର କଲ୍ୟାଣ ସମିତି ଗଠନ ଓ ଦାୟିତ୍ୱ ସରକାର ଙ୍କ
ଆସୁଥିବା ଅର୍ଥ କେଉଁ କେଉଁ କାଯ୍ୟ ଓ କିପରି ହେବପୁଙ୍ଖl ନୁ ପୁଙ୍ଖ ଭାବେ ବୁଝାଇଥିଲେ l ସରକାର ଙ୍କ ନିୟମ ଅନୁସାରେ ଗାଁ କଲ୍ୟାଣ ସଭାପତି ଜଣେ ୱାଡ଼ ସଭ୍ୟ ରହିବାର ବ୍ୟବସ୍ଥା ଥିବାରୁ ୱାଡ଼ସଭ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ସ୍ୱାଇଁ ଙ୍କୁ ସଭାପତି ରୂପେ ସର୍ବ ସହମତି କର୍ମେ ନିଷ୍ପତି ନିଆଗଲା l ଏଥିରେ ସଭ୍ୟରୂପେ ସଜନୀ ସେଠି ଓ ଅଜୟ କୁମାର ସ୍ୱାଇଁ ଙ୍କୁ କମିଟି ସଦସ୍ୟ ରୂପେ ବଛାଗଲା l ଏହିପରି ଅଙ୍ଗନାୱାଡି ଆଶାକର୍ମୀ ଓ ସଭ୍ୟ ସଭ୍ୟା ଙ୍କୁ ନେଇ ଗାଁ କଲ୍ୟାଣ ସମିତି ପୁନରଗଠନ କରାଗଲା l ଏଥିରେ ଟୁନା ସ୍ୱାଇଁ ଓ ଗ୍ରାମବାସୀ ସହଯୋଗ କରିଥିଲେ l ( ରିପୋର୍ଟ- ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )