ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ଭୁବନେଶ୍ୱର :- ଆଜି ବିଜେଡ଼ି ର ବରିଷ୍ଠ ନେତା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଜୀବନ ର ଶେଷ ଯୁଦ୍ଧ ହାରିଗଲେ । ଇହଲୀଳା ସମ୍ବରଣ କରିଛନ୍ତି ପ୍ରଦୀପ ମହାରଥୀ । ମହାରଥୀଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଵସ୍ଥା ରେ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସମ୍ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ରୁ ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ନେବା ପାଇଁ ଯୋଜନା ହୋଇଥିଲା । ଏକ ସ୍ଵତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଏମସ୍ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳୁଛି । ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବଂୟ ଶାସିତ (SCS) ମହାବିଦ୍ୟାଳୟରୁ ସେ ଛାତ୍ର ନେତା ଭାବେ ମହାରଥୀ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।
ଏହାପରେ ୧୯୮୫ ମସିହାରେ ପିପିଲି ରୁ ସେ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ସେତେବେଳେ ଜନତା ପାର୍ଟିର ସଦସ୍ୟ ଥିଲେ । ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍ ରେ ବିଧାୟକ ହୋଇଥିଲେ । ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିଲେ । ତାପରଠାରୁ ଲଗାତାର ଭାବେ ପ୍ରଦୀପ ମହାରଥୀ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରି ଆଜି ୨୦୨୦ ମସିହା ରେ ମୃତ୍ୟୁବରଣ କରିଛନ୍ତି । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ବିଭିନ୍ନ ସମୟରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ମଧ୍ୟ ମହାରଥୀ ନିଜର ଦାୟିତ୍ବ ତୁଲାଇଥିଲେ । ଆଉ ଆଜି ସମସ୍ତ କର୍ତ୍ତବ୍ୟ କୁ ତୁଲାଇ ପରଲୋକ ପ୍ରାପ୍ତି ହୋଇଛନ୍ତି । ମହାରଥୀ ଙ୍କ ବିୟୋଗ ରେ ଓଡିଶାତାଜାନ୍ୟୁଜ୍ ପକ୍ଷରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛୁ ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।