ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ବ୍ରହ୍ମପୁର :- କରୋନା ସଂକ୍ରମଣ ଅବ୍ୟବହିତ ସମୟଧାରାରେ ସରକାରଙ୍କ ବିହିତ ପଦକ୍ଷେପ ଲକ୍ ଡାଉନ୍ , ସର୍ଟ୍ ଡାଉନ୍ ଆଦି କାର୍ଯ୍ୟକ୍ରମ ସାଧାରଣ କର୍ମଜୀବୀ କୃଷକ ,ଦିନ ମଜୁରିଆ ଶ୍ରମିକ ଶ୍ରେଣୀଙ୍କ ଜୀବନ ଜୀବିକାର ପ୍ରଭୂତ କ୍ଷତି ଘଟେଇଛି । ଅନ୍ୟପକ୍ଷରେ ଏହି କାରଣରୁ ପ୍ରବାସରେ କର୍ମ ସଂସ୍ଥାନ ହରାଇ ଘରବାହୁଡ଼ା କରିଥିବା ପ୍ରବାସୀ ଶ୍ରମିକଙ୍କ କର୍ମସଂସ୍ଥାନ ପାଇଁ ଓଡ଼ିଶାରେ ଭିତ୍ତିଭୂମିର ଅଭାବ ଯୋଗୁଁ ସେମାନେ ଦୈନ୍ୟତାରେ କାଳ କାଟୁଥିବା ଲକ୍ଷ୍ୟ କରାଯାଇଅଛି । ଏହି ସ୍ଥିତିକୁ ଅନୁଧ୍ୟାନ କୃଷି ,କୃଷକ ଏବଂ ପ୍ରବାସୀ ଫେରନ୍ତା ଶ୍ରମିକଙ୍କ କର୍ମସଂସ୍ଥାନ ଯୋଗାଡ଼ କରାଇବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ବିଧିବଦ୍ଧ ଯୋଜନା ହାତକୁ ନେଇଥିବା ଜଣାଯାଇଛି । କରୋନାର ପ୍ରାଦୁର୍ଭାବରେ ଜୀବିକା ହରାଇଥିବା ବର୍ଗଙ୍କ କର୍ମସଂସ୍ଥାନ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟଧାରାକୁ ବ୍ୟାପକ କରିବା ସହିତ ଏମ୍ ଜି ଏନ୍ ଆର ଇ ଜି ଏସ ଓ ମନରେଗା କାର୍ଯ୍ୟ ଯୋଜନାରେ ଶ୍ରମିକ ଓ କୃଷକଙ୍କ ପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛନ୍ତି ।
ଏଥିପ୍ରତି ନଜର ରଖି ପଞ୍ଚାୟତସ୍ତରରେ ଚାଲୁ ରହିଥିବା ଉନ୍ନୟନ କାର୍ଯ୍ୟଧାରାକୁ କ୍ରିୟାଶୀଳ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଶ୍ରୀ ସୀନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଆଜି ପୋଡ଼ାମାରି ପଂଚାୟତରେ ଅନୁଷ୍ଠିତ ଜାତୀୟ ରୋଜଗାର ଦିବସ ପାଳନ ଅବସରରେ ନିଜ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି । ଆଜି ସାନଖେମୁଣ୍ଡି ବ୍ଲକ୍ ଗସ୍ଥ କାର୍ଯ୍ୟକ୍ରମରେ ବ୍ଲକ୍ ମୁଖ୍ୟାଳୟରେ ପହଞ୍ଚି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟଧାରାକୁ ତର୍ଜମା କରିବା ସହିତ ବିଡ଼ିଓଙ୍କ ସହ ଅଞ୍ଚଳ ପରିଦର୍ଶନ କରିଥିଲେ । ଚୁଡ଼ଙ୍ଗପୂର୍ , ସିଙ୍ଗପୁର , ପୋଡ଼ାମାରୀ ପଂଚାୟତରେ ବିଭିନ୍ନ ସେଚକୁପ , ଆଦର୍ଶ ଗୁହାଳ , ଆଦର୍ଶ ପୋଖରୀ ନିର୍ମାଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପରିଦର୍ଶନ ସହ ସୃଷ୍ଟି ହୋଇଥିବା ଶ୍ରମ ଦିବସ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରିଶେଷରେ ପୋଡାମାରି ପଂଚାୟତରେ ଅନୁଷ୍ଠିତ ରୋଜଗାର ଦିବସ ପାଳନ ଅବସରରେ ଉପସ୍ଥିତ ଶ୍ରମଜୀବୀ ଗୋଷ୍ଠୀ ପୁରୁଷ ଓ ମହିଳାଙ୍କୁ ସରକାରୀ କର୍ମ ଦିବସର ଉପଯୋଗୀତା ସମନ୍ଧରେ ଅବତାରଣା କରିଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ ଭାଗ୍ୟଶ୍ରି ବିଷୋୟୀ ,ନିର୍ବାହୀ ଅଧିକାରୀ ଜାନକୀ ରାମ ପାତ୍ର , ସନ୍ତୋଷ କୁମାର ବିଷୋୟୀ ଅଂଶଗ୍ରହଣ କରିଥିଲେ । (ରିପୋର୍ଟ- ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)