ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ନୟାଗଡ :- ନୟାଗଡ ଜିଲ୍ଲା ତଥା ଓଡିଶାର ସୁନାମଧନ୍ୟା ଶିକ୍ଷୟତ୍ରୀ ସ୍ୱର୍ଗତ ବିଷ୍ନୁପ୍ରିୟା ଦେବୀଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସ ପୂରିଯାଇଛି । ଏହି ଅବସରରେ ତାଙ୍କ ଶ୍ୱଶୁର ଘର ଗ୍ରାମ କ୍ରୀଦାଶପୁର ଠାରେ ତାଙ୍କ ସ୍ୱାମୀ, ବିଶିଷ୍ଟ ସମାଜସେବୀ ତଥା ପ୍ରଖ୍ୟାତ ମଞ୍ଚ ଅଭିନେତା ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଉଦ୍ୟମ କ୍ରମେ ଏକ ଜନକଲ୍ୟାଣକାରୀ ସାମାଜିକ ଅନୁଷ୍ଠାନ ବିଷ୍ନୁପ୍ରିୟା ଟ୍ରଷ୍ଟ ଗଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏହାର ସଭାପତି ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଏକ କରୋନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବଡ଼ ପଣ୍ଡୁସର ସ୍ଥିତ ଡାକ୍ତରଖାନା ର ଭାରପ୍ରାପ୍ତ ମୁଖ୍ୟ ସ୍ୱାସ୍ଥ୍ୟ
ଅଧିକାରୀ ଡ଼ା ସୁଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଲୋକ ମାନଙ୍କୁ କୋଭିଡର ଭୟାବହତା ଏବଂ ଏହାର ନିରାକରଣ ସମ୍ପର୍କରେ ତନ୍ନ ତନ୍ନ କରି ବୁଝାଇଥିଲେ । ଏହି ଉପଲକ୍ଷେ ସମସ୍ତଙ୍କୁ ବିଷ୍ନୁପ୍ରିୟା ଟ୍ରଷ୍ଟ ତରଫରୁ ମାଗଣାରେ କରୋନା ପ୍ରତିଷେଧକ ଔଷଧ ଆର୍ସେନିକ ବିତରଣ କରାଯାଇଥିଲା । ତେବେ ନିଜ ସ୍ତ୍ରୀଙ୍କ ସ୍ମୃତି ଉଧେଶ୍ୟରେ ସମାଜସେବୀ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ଏପରି ଏକ ଜନ ସ୍ୱାର୍ଥ ସଂପର୍କିତ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ବିଷ୍ନୁପ୍ରିୟାଙ୍କ ଏକ ମାତ୍ର କନ୍ୟାଙ୍କ ପ୍ରତ୍ୟକ୍ଷ ସୁପରିଚାଳନାରେ କୋଭିଡ ଆଇନ ମାଧ୍ୟମରେ ଶାନ୍ତି ଶୃଙ୍ଖଳାରେ ଆଗେଇ ନେଇଥିଲେ । (ରିପୋର୍ଟ ରାମକୃଷ୍ଣ ରଥ)