ରଣପୁର (ଓଡିଶା ତାଜା ନିଉଜ୍) ରଣପୁର ମହୋତ୍ସବ 5.1.2020 :- ଆଜି ରବିବାର ରଣପୁର ମହୋତ୍ସବ -୨୦୨୦ ରଣପୁର ଏନ.ଏ.ସି. ଅନ୍ତର୍ଗତ ବାଘସାମନ୍ତ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟରେ ଅନେକ ସ୍ଥାନରେ ମହୋତ୍ସବ ପାଳିତ ହେଉଥିବା ବେଳେ ରଣପୁର ମହୋତ୍ସବର ଏକ ନିଆରା ସ୍ୱତନ୍ତ୍ରତା ରହିଛି ।
ଏହି ମହୋତ୍ସବ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରାକୁ ଉଜୀବିତ୍ ରଖିବା ପାଇଁ ତଥା ଶହୀଦ୍ ଅର୍ଜୁନ୍ ରାଉତ୍ ବେଜେଲ ଗେଟ୍ଙ୍କ ଗୁଳିରେ ଜାନୁଆରୀ ୫ ତାରିଖରେ ଶହୀଦ ହୋଇଥିଲେ । ଏହି ଦିବସକୁ ମନେ ପକାଇବା ପାଇଁ ଜାନୁଆରୀ ୫ ତାରିଖ ୨୦୦୬ ମସିହା ଠାରୁ ରଣପୁର ମହୋତ୍ସବ ପାଳିତ ହୋଇ ଆସୁଅଛି ।
ତେବେ ଦୀର୍ଘ ୫ ଦିନ ଧରି ହେବାକୁ ଥିବା ମହୋତ୍ସବର ଉଦ୍ଘାଟନୀ ଦିବସରେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୮ ଘଟିକା ସମୟରେ ଗଣ ଦୌଡ ଏବଂ ଶହୀଦ୍ ରଘୁନାଥ ମହାନ୍ତି ଦିବାକର ପରିଡା ଦର୍ପନାରାୟଣପୁର ଶୁକୁରି ବେହେରା ଓ ମୟୂରଝାଲିଆ ଅର୍ଜୁନ ରାଉତ୍, ସୁନାଖଳା ଭକ୍ତ ଚରଣ ଦାସ ଆଦି ବିଭିନ୍ନ ଅଚଂଳରୁ ୭ ଟି ମଶାଲ ଶୋଭାଯାତ୍ରାରେ ଆସି ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁ ଦିବାକର ମଣ୍ଡପ ଠାରେ ପହଞ୍ଚି ଥିଲେ ।
ସେଠାରେ ଏକ ବିରାଟ ଶୋଭାଯାତ୍ରାରେ ଶହୀଦ୍ଙ୍କ ଜ୍ୟୋତି ଯାତ୍ରା ଆରମ୍ବ ହେବା ସହିତ ସଂକୀର୍ତ୍ତନ, ବାଘ ନାଚ, ଘୋଡା ନାଚ ଆଦି ପଟୁଆରରେ ମହୋତ୍ସବ ପଡିଆରେ ପହଞ୍ଚି ଥିଲେ । ଅପରାହ୍ଣ ୩ ଘଟିକା ସମୟରେ ମହୋତ୍ସବ କମିଟିର ଅଧ୍ୟକ୍ଷଙ୍କ ଦ୍ୱାରା ମଂଚ ପ୍ରତିଷ୍ଠା କରାଯାଇଥିଲା ।
ସେହିପରି ଅପରାହ୍ଣ ୪ ଟାରେ ସଙ୍ଗୀତ କଳା ବିଦ୍ୟା ନିକେତନ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଉଦ୍ଘାଟନ ଉତ୍ସବରେ ମହୋତ୍ସବ କମିଟିର ଅଧ୍ୟକ୍ଷ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ମୂଖ୍ୟ ଅତିଥି ଭାବେ ବଡ ଚଣା ବିଧାୟକ ଅମର ଶତପଥି, ମୂଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ, ସମ୍ମାନୀତି ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ, ପିପୁଲସ୍ ଫୋରମ୍ର ପ୍ରତିଷ୍ଠାତା ଗୋବିନ୍ଦ ପଟ୍ଟନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ଦୁର୍ଗା ଚରଣ ସାହୁ, ରଣପୁର ଏନ.ଏ.ସି. ଅଧ୍ୟକ୍ଷା ସବିତା ଦାସ, ଏନ.ଏ.ସି. ନିର୍ବାହୀ ଅଧିକାରିଣୀ ଅର୍ଚ୍ଚନା ନାୟକ, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ମିଶ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୂଖ ଯୋଗ ଦେଇଥିଲେ ।
ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଆଇନିଜିବି ଦିଲିପ ନନ୍ଦ ଧନ୍ୟବାଦ ଦେଇଥିଲେ । ସଭା କାର୍ଯ୍ୟ ପରେ ଖୋର୍ଦ୍ଧାର ପାଇକ ଆଖଡା ଓ ସିନେ ଅଭିନେତା ସବ୍ୟସାଚୀଙ୍କ ସଂଳାପରେ ଦର୍ଶକ ବିଭୋର ହୋଇଥିଲେ । ପ୍ରବଳ ଶୀତ ହେଉଥିଲେ ମଧ୍ୟ ଦର୍ଶକମାନେ ଦୀର୍ଘ ସମୟ ଧରି ବିଭିନ୍ନ ମୀନା ବଜାର ଏବଂ ମହୋତ୍ସବକୁ ଆସିଥିବା ଷ୍ଟଲର ପରିଦର୍ଶନ କରି ମଜା ଉଠାଉଥିବାର ଦେଖିବାକୁ
ମିଳିଥିଲା । ରିପୋର୍ଟ – ସୋନାଲି