ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ୮ ଜଣ ଶିକ୍ଷକଙ୍କୁ ‘ରୋଟାରୀ ନେସନ ବିଲ୍ଡର ଆୱାର୍ଡ’ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ ରୋଟାରୀ କ୍ଲବ ଦ୍ବାରା ଚୟନ କରାଯାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ନୟାଗଡ଼ ଏନ୍ଏସିର ପୂର୍ବତନ ନଗରପାଳ ତଥା ରୋଟାରୀ କ୍ଲବ ନୟାଗଡ଼ର ପ୍ରତିଷ୍ଠାତା ସଭ୍ୟ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଏବଂ ରୋଟାରୀ ଲିଟେରାସି ମିଶନର ଚେୟାରପର୍ସନ ବସିରନ ବିବି ଉପସ୍ଥିତ ଥିଲେ। ରୋଟାରୀ କ୍ଲବର ସମ୍ପାଦକ ଦିଲ୍ଲୀପ ମିଶ୍ର ‘ନେସନ ବିଲ୍ଡର ଆୱାର୍ଡ’ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ଚଳିତ ବର୍ଷ ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକମାନେ ହେଲେ ଭାପୁର ବ୍ଲକର ଶ୍ରୀ କୁଳମଣି ବେହେରା, ଖଣ୍ଡପଡ଼ା ବ୍ଲକର ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ଗଣିଆ ବ୍ଲକର ଶ୍ରୀ କାଳିଚରଣ ଦଳବେହେରା, ନୂଆଗାଁ ବ୍ଲକର ଶ୍ରୀ ବିନାୟକ ପଣ୍ଡା, ରଣପୁର ବ୍ଲକର ଶ୍ରୀ ଚିତ୍ତରଞ୍ଜନ ଦାସ,















