ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 5.1.2020 :- ବଲିଉଡର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବହୁଦିନରୁ ନିମ୍ନ ରକ୍ତ ଚାପ ପରି ଅସୁସ୍ଥତା ସହିତ ବଞ୍ଚିଥିଲେ ଓ ଏହା ତାଙ୍କର ମୃତ୍ୟର କାରଣ ହୋଇପାରେ ବୋଲି ତାଙ୍କର ଜୀବନୀ ଲେଖକ ସତ୍ୟାର୍ଥ ନାୟକ କହିଛନ୍ତି। ଏଠାରେ ପ୍ରତିମାସରେ ଅକ୍ସଫୋର୍ଡ ବୁକ ଷ୍ଟୋର ରେ ଆୟୋଜିତ ହେଇ ଆସୁଥିବା କେ ଏଲ ଏଫ କର୍ଣ୍ଣର ସାହିତ୍ୟିକ ମିଳନ ର ଦ୍ୱାଦଶତମ ସଂସ୍କରଣରେ ଇଂରାଜୀ ପୁସ୍ତକ ‘ଶ୍ରୀ ଦେବୀ’ ର ବିକ୍ରି ଶୁଭାରମ୍ଭ କରିବା ଅବସରରେ ସେ କହିଥିଲେ ଯେ ଶ୍ରୀ ଦେବୀ କମ ଲୁଣ ଥିବା ଖାଦ୍ୟ ଖାଉଥିଲେ ଓ ଏଥିପାଇଁ ଅନେକ ବାର ସେ ବାଥରୁମ ରେ ପଡି ମଧ୍ୟ ଯାଇଥିଲେ। ଏପରିକି ସେ ଚାଲୁଚାଲୁ ମଧ୍ୟ ବେଳେବେଳେ ଟଳି ପଡୁଥିଲେ।ତେଣୁ ସେହିପରି ବାଥରୁମ ରେ ପଡି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଲେଖକ ନାୟକ ଆଶଙ୍କା ପ୍ରକାଶ କରିଥିଲେ। ଶ୍ରୀଦେବୀ ସାରା ଜୀବନରେ ଅନେକ ଭଲ ଚଳଚ୍ଚିତ୍ର ରେ କାମ କରିଦେଇଥିଲେ। ବଲିଉଡ ଫିଲ୍ମ ମିଷ୍ଟର ଇଣ୍ଡିଆ ତାଙ୍କ ଭାଗ୍ୟ ଖୋଲିଦେଇଥିଲା ଓ ଏହାପରେ ସେ କେବଳ ଦମଦାର ମହିଳା ଚରିତ୍ରରେ କାମ କରିବାକୁ ଚାହିଁଥିଲେ। ଏପରିକି ମିଷ୍ଟର ଇଣ୍ଡିଆ ଫିଲ୍ମ ପରେ ସେ ଅମିତାଭ ବଚ୍ଚନଙ୍କ ସହିତ କାମ କରିବାକୁ ମନା କରିଦେଇଥିଲେ ଏଇଥିପାଇଁ ଯେ ତାଙ୍କ ସହିତ କାମ କଲେ ମହିଳା ଚରିତ୍ର ସେତେଟା ଆଖି ଦୃଶିଆ ହେବ ନାହିଁ। ଏହାର କିଛି ବର୍ଷ ପରେ ଅମିତାଭ ବଚ୍ଚନ ଏକ ଫିଲ୍ମରେ ତାଙ୍କର ନୃତ୍ୟ ଦେଖି ଏକ ଟ୍ରକ ଭର୍ତ୍ତି ଫୁଲ ଫିଲ୍ମ ସେଟ କୁ ପଠାଇ ଥିଲେ ଓ ଏହାପରେ ଶ୍ରୀ ଦେବୀ ‘ଖୁଦା ଗୱାହ’ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ।
ଶ୍ରୀ ଦେବୀଙ୍କ ସମ୍ମାନଭରା ଜୀବନ କାହାଣୀ ଓ ନିଜର କର୍ମଚାରୀଙ୍କ ପ୍ରତି ତାଙ୍କର ସହାନୁଭୂତିଶୀଳତା ତାଙ୍କ ଜୀବନୀ ଲେଖିବା ପାଇଁ ପ୍ରେରିତ କରିଥିଲା ବୋଲି ନାୟକ କହିଥିଲେ। ଏହି ଉତ୍ସବରେ ଶ୍ରୀ ଦେବୀ ପୁସ୍ତକ ଉନ୍ମୋଚିତ କରି ଅନୁ ଚୌଧୁରୀ କହିଥିଲେ ଯେ ଶ୍ରୀଦେବୀଙ୍କ ପରି ଅଭିନୟ କରିବା ସବୁ ଅଭିନେତ୍ରୀଙ୍କ ପାଇଁ ସ୍ୱପ୍ନ। କଟକରେ ଜନ୍ମିତ ସତ୍ୟାର୍ଥ ନାୟକ ଓଡ଼ିଆ ଲେଖକ ସତ୍ୟାର୍ଥ ନାୟକ କଟକରେ ଜନ୍ମିତ ହେଲେ ମଧ୍ୟ ସମଗ୍ର ଦେଶରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ତବକର ପ୍ରଥମ ପୁସ୍ତକ ଏମାୟାର୍ସ ଆଣ୍ଡ ରିଡ଼ଲସ ବହୁଳ ଭାବେ ଆଦୃତ ହେବା ପରେ ସେ ସୋନି ଟିଭିରେ ପ୍ରସାରିତ ସଫଳ ସିରିଏଲ ‘ପୋରସ’ ପାଇଁ କାହାଣୀ ଲେଖିଥିଲେ । ଏହା ଭାରତବର୍ଷର ସବୁଠୁ ଅଧିକ ବ୍ୟୟବହୁଳ ସିରିଏଲ। ଏହି ସମୟରେ ଲେଖକ ସତ୍ୟାର୍ଥ ବମ୍ବେରେ ରହିବା ଆରମ୍ଭ କରିଥିଲେ ଓ ଶ୍ରୀଦେବୀଙ୍କ ଘର ପାଖରେ ରହୁଥିବାରୁ ତାଙ୍କ ଉପରେ ଜୀବନୀ ଲେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।ଆରମ୍ଭରୁ ଏହି ପୁସ୍ତକ ସେ ନିଜେ ଶ୍ରୀ ଦେବୀଙ୍କ ସହିତ ବର୍ତ୍ତାଳାପ କରି ଲେଖିବାକୁ ଚାହୁଁଥିଲେ। ତେବେ ତାଙ୍କର ଅକାଳ ମୃତ୍ୟ ପରେ ଲେଖକ ନାୟକ ଶ୍ରୀଦେବୀଙ୍କ ପରିବାରବର୍ଗ ଓ ସହକଳାକାରଙ୍କ ସହିତ ବାର୍ତ୍ତାଳାପ କରି ପୁସ୍ତକର ରଚନା କରିଥିଲେ। ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ଟିଭି ସିରିଜ ନିର୍ମାଣ ପ୍ରକ୍ରିୟାରେ ସେ ଜଡିତ ଅଛନ୍ତି ବୋଲି ଏହି ଅବସରରେ କହିଥିଲେ।