ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳିକାଟୁ ସହରକୁ ଅତିକ୍ରମ କରୁଥିବା ୫୯ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୀର୍ଘ ଦିନ ଧରି ବହୁ ଖାଲଖମା ସୃଷ୍ଟି ହୋଇଥିଲା। ବିଶେଷ କରି ସହରର ସବୁଠାରୁ ବ୍ୟସ୍ତବହୁଳ ବିଜୁ ପଟ୍ଟନାୟକ ଛକ ଠାରୁ ଘୋଡାହଡ ସେତୁ ଏବଂ ବିଜୁ ପଟ୍ଟନାୟକ ଛକ ଠାରୁ ସୋମପୁର ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ବଡ଼ ପ୍ରାୟ ୫୦ ରୁ ଅଧିକ ଖାଲଖମାରେ ଭରି ରହିଛି। ଦୈନିକ ପ୍ରାୟ ଶହ ଶହ ଛୋଟ ବଡ଼ ଭାରିଯାନ ଓ ହାଲୁକା ଯାନ ଯାତାୟାତ କରୁଥିବା ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ମାନ ଘଟୁଥିବା ନଜିର ରହିଛି। ଏଭଳି ଅଭାବନୀୟ ପରିସ୍ଥିତି ନେଇ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା ।















