ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଜନ୍ମ ଶତାବ୍ଦୀ ବର୍ଷକୁ ଏକ ବିଂଶ ଶତାବ୍ଦୀ- ନାରୀ ଶତାବ୍ଦୀ ଭାବେ ବିବେଚନା କରାଯାଇ ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ମାର୍ଗଦର୍ଶନରେ ପ୍ରତ୍ଯେକ ଜିଲ୍ଲାରେ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ସକାଳ ୦୯ଟା ସମୟରେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ର ସମସ୍ତ ମହିଳା ମାଆ ଭଉଣୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ଟା ସମୟରେ ନୟାଗଡ଼ ବ୍ଳକ୍ ସଭାଗୃହରେ ନୟାଗଡ଼ ବ୍ଳକ୍ ସଂଯୋଜିକା ଭଉଣୀ କୁକୁମ ବେହେରାଙ୍କ ସଂଯୋଜନାରେ ନାରୀଜାଗରଣ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌର ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ନାରୀ ସର୍ବଶକ୍ତିର ଆଧାର ବୋଲି କହିବା ସହିତ ନାରୀର ସାଧନା ଓ ତପସ୍ୟା ବଳରେ ଘର ପରିବାର ର ସମସ୍ତ ବିପତ୍ତି ଦୂର ହୋଇଯାଏ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଜୋନ୍ ର ଆସନ୍ତୁ ଗଢିବା ସଂସ୍କାରବାନ ପିଢିର ସଂଯୋଜିକା ବିଳାସିନୀ ସାହୁ , ଓଡିଶା ନାରୀଜାଗରଣ କାର୍ଯ୍ୟକ୍ରମ ର ରାଜ୍ଯ ସଂଯୋଜିକା ଉର୍ମିଳା ମିଶ୍ର , ଆସନ୍ତୁ ଗଢିବା ସଂସ୍କାରବାନ ପିଢିର ରାଜ୍ଯ ସଂଯୋଜକ ବିଚିତ୍ରାନନ୍ଦ ସାହୁ ଯୋଗଦେଇ ଥିଲା ବେଳେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ର ଜିଲ୍ଲା ସଂଯୋଜକ ରାମଚନ୍ଦ୍ର ଦାସ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ଯ ରଖିଥିଲେ ।
















