ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଏକ ସ୍ଵାବଲମ୍ବୀ ଦକ୍ଷତା ଭିତ୍ତିକ ତାଲିମ କାର୍ଯକ୍ରମ ଉଦ୍ ଘାଟିତ ହୋଇଯାଇଅଛି I ଉକ୍ତ ଉଦ୍ ଘାଟନ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମହୋଦୟା, ଜିଲ୍ଲା ସହକାରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସବ-ଡିଭିଜନାଲ ଆରକ୍ଷୀ ଅଧିକାରୀ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମନସ୍ଵୀ ସେଠୀ ଓ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସେଠୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ I

ପ୍ରଥମେ ଜିଲ୍ଲାପାଳ ମହୋଦୟା ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ ଘାଟନ କରିବା ସହ କାରାଗାର ହିତାକାରୀ ମାନେ କିଭଳି କାରାଗାର ମଧ୍ୟରେ ଏବଂ କାରାଗାରରୁ ମୁକୁଳିବା ପରେ ସ୍ଵାବଲମ୍ବୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ | ଅକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମନସ୍ଵୀ ସେଠୀ ମହୋଦୟ ଆଗାମୀ ଦିନରେ କାରାଗାରରେ ତାଲିମ ନେବା ପରେ କାରାଗାର ହିତାଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ କିଭଳି ବିକ୍ରି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ମହୋଦୟାଙ୍କୁ ଅନୁରୋଧ କରିଥିଲେ |















