ଓଡ଼ିଶା ତାଜା ନ୍ୟୁଜ (୩ ଅକ୍ଟୋବର ଶନିବାର) ଯାଜପୁର :- ମରିଗଲା ମାନବିକତା… କୁନିଝିଅର ବୁକୁଫଟା କାନ୍ଦ । ‘ବାପା ବାପା’ର ବିକଳ ଡାକ । ରାସ୍ତା ଉପରେ ଆହତ ହୋଇ ସହାୟତା ଅପେକ୍ଷାରେ ପଡ଼ିଥିଲେ ବାପା । କୁନିଝିଅର କାନ୍ଦ ଛାତି ଥରାଇ ଦେଉଥିଲା । ସଂଜ୍ଞାହୀନ ବାପାଙ୍କୁ ଉଠାଇବାକୁ ଚେଷ୍ଟା କରି ବି ପାରୁ ନଥିଲା କୁନି ହାତ ଦୁଇଟି ।
ରାସ୍ତାରେ ଯାଉଥିବା ସମସ୍ତେ ଦେଖୁଥିଲେ ଏ ଚିତ୍ର । ପୁଣି ନିଜ ବାଟରେ ଚାଲିଯାଉଥିଲେ । ସେମାନଙ୍କୁ ଉଠାଇଥିଲେ ଯେମିତି କରୋନା ସଂକ୍ରମଣ ହୋଇଯିବ !… ଏମିତି ହୃଦୟ ବିଦାରକ ଚିତ୍ର ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳ ଟମକା – ମଙ୍ଗଳପୁରର କୁସୁମୁଣ୍ଡିଆ ବାଘପଡ଼ିଆ ରାସ୍ତାରେ ଦେଖିବାକୁ ମିଳିଛି ।