ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପର୍ଯ୍ୟଟନ ତୀର୍ଥକ୍ଷେତ୍ର ନଗରରେ ନିଶା ବେପାରୀଙ୍କ ରାଜୁତି ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସକାଳୁ ପୋଲିସ କୌଣସି ସୁତ୍ରରୁ ଖବରପାଇ ଗଞ୍ଜେଇ ମହଜୁଦ ଥିବା ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ୧୭୬ ଗଞ୍ଜେଇ ପ୍ଯାକେଟରେ ପ୍ରାୟ ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ ହୋଇଛି । ଟିକରପଡା ମହାନ୍ତି ସାହିର କାର୍ତ୍ତିକ ସାମନ୍ତରାୟ ଓ ତାଙ୍କ ସହଯୋଗୀ ସିଦ୍ଧ ମହାବୀର ର ଦେବେନ୍ଦ୍ର କୁମାର ସାହୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

କାର୍ତ୍ତିକ ସାମନ୍ତରାୟ ଗୋପାଳପୁର ରଖିଥିବା ଭଡା ଘରୁ ଏହି ଗଞ୍ଜେଇ ଜବତ ହୋଇଛି । ଟିକରପଡା ସ୍ଥିତ ପୈତୃକ ଘରେ ପୋଲିସ ଚଢାଉ କରି ପୁଳା ପୁଳା ଟଙ୍କା ଜବତ କରିଛି । ଏହା ସହ ସୁନାଗହଣା ,ବ୍ଯାଙ୍କ ଆକାଉଣ୍ଟ ଓ ପ୍ଯାନ କାର୍ଡ କୁ ପୋଲିସ ଜବତ କରିଛି । ଅଭିଯୁକ୍ତ କାର୍ତ୍ତିକ କନ୍ଧମାଳ ଓ କୋରାପୁଟ ରୁ ଗଞ୍ଜେଇ ଆଣି ପୁରୀରେ ବେପାର କରୁଥିବା ଅଭିଯୋଗ ରହିଥିଲା । ଏତେ ପରିମାଣର ଗଞ୍ଜେଇ ପୁରୀରେ କିପରି ବେପାର ହେଉଥିଲା ଅବକାରୀ ବିଭାଗ ଓ ପୋଲିସ ନଜରରେ ପଡିନଥିଲା ତାକୁ ନେଇ ଜନତାଙ୍କ ସନ୍ଦେହ ବୃଦ୍ଧି ପାଇଛି ।

















