ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଶହ ଶହ ଏକର ଧାନ ଏବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । କୋଟିନଡ଼ା ଗ୍ରାମର କିଛି ଲୋକେ ଗୋକର୍ଣ୍ଣପୁର ଗ୍ରାମର ଏକ କୀଟନାଶକ ଷ୍ଟୋର ରୁ ବିହନ ଆଣିଥିଲେ କିନ୍ତୁ ସେଥିରୁ ଖାଲି ବାଳୁଙ୍ଗା ଦେଖିବାକୁ ମିଳୁଛି | ଦୂରରୁ ବିଲରେ ଧାନ ହସୁଥିବାର ଦୃଶ୍ୟ ଭାରି ମନୋହର ଲାଗୁଥିଲେ ମଧ୍ୟ ସେ ସବୁ ଧାନ ଅଗାଡ଼ି ହୋଇଯାଇଛି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି |ସବୁଠୁ ଭଲ ଧାନ ବିହନ ବୋଲି କହିଥିଲେ ଦୋକାନୀ କିନ୍ତୁ ତାର ପରିଣାମ ଓଲଟା ଦେଖିବାକୁ ମିଳିଲା | ଚାଷୀ ଦୋକାନୀ କଥାରେ ପଡ଼ି ବିହନ ଆଣି ବୁଣିଥିଲେ ଓ ଭଲ ଫସଲ ମଧ୍ୟ ହୋଇଥିଲା ।
ଏବେ ମଧ୍ୟ ବିଲରେ ଫସଲ ହସୁଛି । ହେଲେ ଧାନ କିନ୍ତୁ ଅଗାଡ଼ି ହୋଇଯାଇଥିବା ଚାଷୀ ଦେଖିବାକୁ ପାଇଛନ୍ତି । କୃଷି ବିଭାଗର ଭିଏଲଡବ୍ଲ ଏବଂ ରାଜସ୍ୱ ନିରୀକ୍ଷକ ଙ୍କ ଦର୍ଶନ ନାହିଁ । ଧାନରେ କୌଣସି ପୋକ ଲାଗିନଥିବା ଦେଖିବାକୁ ମିଳିଛି ।ଏହାର ତଦନ୍ତ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଋଣ କରି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନକଲି ଧାନ ବିହନ ଯୋଗୁ ବର୍ଷକର ଫସଲ ହରାଇବାକୁ ଯାଉଥିବା ଚାଷୀ ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି ।
( ରିପୋର୍ଟ- ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )