ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ମଧ୍ୟାହ୍ନରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ବେଆଇନ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିବା ସହ ୨୦୦ ପ୍ୟାକେଟ ମଦ ଜବତ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ଉକ୍ତ ଗ୍ରାମର କୃଷ୍ଣ ଦୋରା ବୋଲି ଜଣାପଡିଛି । ଖବରପ୍ରକାରେ , କୃଷ୍ଣ ଶୁକ୍ରବାର ମଧ୍ୟାହ୍ନ ସାଢେ ଗୋଟାଏ
ସମୟରେ ଗ୍ରାମର ଆଦର୍ଶ ପୋଖରୀ ନିକଟରେ ଏକ ଜରିବ୍ଯାଗରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବରପାଇ ଅବକାରୀ ଉପ ନିରୀକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଅତର୍କିତ ଚଢ଼ାଉ କରି ପାଖାପାଖି ୨୦ ଲିଟର ଚୋରା ରନ୍ଧାମଦ ଜବତ କରିବା ସହ ଯୁବକକୁ କାବୁ କରିଥିବା ଜଣାପଡ଼ିଛି । ଏନେଇ ଅବକାରୀ ମାମଲା ନଂ – ୫୫/୨୦ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଯାଇଥିବା ସୂଚନା ମିଳିଛି । ଏହି ଚଢାଉ ଧରପଗଡରେ ଦିଗପହଣ୍ଡି ଅବକାରୀ ଉପ ନୀରିକ୍ଷକ ଶ୍ରୀ ସାହୁ ସମେତ ନିରଞ୍ଜନ ବେହେରା , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ । ( ରିପୋର୍ଟ- ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )