• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
September 4, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍
0
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ
Share on FacebookShare on TwitterWhatsapp

ଭଜନ ସମାରୋହରେ ଆଧ୍ୟାତ୍ମିକ ପରିବେଶ, ଶତାଧିକ ଭକ୍ତଙ୍କ ଦର୍ଶନ

ଖୋର୍ଦ୍ଧା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଓ ଭଜନ ସମାରୋହ ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ, ପୁରୀର ଆନୁକୂଲ୍ୟରେ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି), ଖୋର୍ଦ୍ଧାର ସହଯୋଗରେ ଆୟୋଜିତ ଏହି ମହୋତ୍ସବ ଏକ ସପ୍ତାହ ଧରି ଚାଲିବ। ଏହି ଅବସରରେ ‘ଶ୍ରୀଜଗନ୍ନାଥ ଭଜନ ସମାରୋହ’ ସହ ‘ମହାପ୍ରଭୁଙ୍କ କଥାମୃତ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।

ସନ୍ଥ ବିଶ୍ୱମ୍ବର ଦାସ ମହାରାଜ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରେମାନନ୍ଦ ଦାସ ମହାରାଜ, ପରମେଶ୍ୱର ଦାସ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶକ୍ତିଶଙ୍କର ମିଶ୍ର, ଭିଏଚ୍‌ପି ଭୁବନେଶ୍ୱର ମହାନଗର ସଭାପତି ପ୍ରଦୀପ ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ଅଭିମନ୍ୟୁ ଘଟୁଆଳ ଓ ମାତୃଶକ୍ତିର ସଂଯୋଜିକା ସ୍ମିତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳା, ମହାପ୍ରଭୁଙ୍କ ୩୨ ବେଶର ମହତ୍ତ୍ୱ ଏବଂ ଓଡ଼ିଆ ଜାତିର ଧାର୍ମିକ ଓ ସାଂସ୍କୃତିକ ଜୀବନରେ ଶ୍ରୀଜଗନ୍ନାଥ ସଂସ୍କୃତିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ଓ ଭାବଧାରାର ପ୍ରତୀକ ବୋଲି ସେମାନେ କହିଥିଲେ। ଭାବର ଠାକୁର, ଭାବ ବିନୋଦିଆ କାଳିଆ ସାଆନ୍ତ ଅଗଣିତ ଭକ୍ତଙ୍କ ଭାବନା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ବୋଲି ଅତିଥିମାନେ ମତ ଦେଇଥିଲେ।

ବକ୍ତାମାନେ କହିଥିଲେ ଯେ, ପୁରୁଷୋତ୍ତମ କ୍ଷେତ୍ର ଶ୍ରୀନୀଳାଚଳଧାମରେ ବିଜେ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ନିଜ ରୀତିନୀତିରୁ ଊର୍ଦ୍ଧ୍ୱକୁ ଯାଇ ଅନେକ ଲୀଳା କରିଛନ୍ତି। ଭକ୍ତ ସାଲବେଗଙ୍କ ପାଇଁ ରଥ ଅଟକିବା, ଦାସିଆଙ୍କ ହାତରୁ ନଡ଼ିଆ ଗ୍ରହଣ କରିବା ଏବଂ ବଳରାମ ଦାସଙ୍କ ଭକ୍ତିରେ ବାଲିରଥରେ ବିଜେ କରିବା ଭଳି ଘଟଣା ମହାପ୍ରଭୁଙ୍କ ଭକ୍ତବତ୍ସଳତାର ଅନନ୍ୟ ଉଦାହରଣ। ରତ୍ନ ସିଂହାସନ ଛାଡ଼ି ରଥାରୂଢ଼ ହୋଇ ଅଗଣିତ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା କରିବା ମହାପ୍ରଭୁଙ୍କ ଅପାର କରୁଣା ଓ ଭକ୍ତପ୍ରେମର ପ୍ରତୀକ ବୋଲି ସେମାନେ କହିଥିଲେ।

ଏହି ଅବସରରେ ଖୋର୍ଦ୍ଧା ମାଟିର ଶ୍ରୀଜଗନ୍ନାଥ ସଂସ୍କୃତି ସହ ରହିଥିବା ନିବିଡ଼ ସମ୍ପର୍କ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଖୋର୍ଦ୍ଧା କଳା, ସଂସ୍କୃତି ଓ ପରମ୍ପରାର ମାଟି ହୋଇଥିବା ବେଳେ ଶ୍ରୀମନ୍ଦିର ସହ ଏହି ଅଞ୍ଚଳର ସମ୍ପର୍କ ଐତିହାସିକ ଓ ଅତ୍ୟନ୍ତ ନିବିଡ଼ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଗଡ଼ଖୋର୍ଦ୍ଧାକୁ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବେ ବର୍ଣ୍ଣନା କରିବା ସହ ଏଠାରେ ମହାପ୍ରଭୁଙ୍କ ପ୍ରଥମ ନବକଳେବର ଅନୁଷ୍ଠିତ ହୋଇଥିବା କଥା ଉଲ୍ଲେଖ କରିଥିଲେ। ଏଥିସହ ଚିଲିକା ମହାପ୍ରଭୁଙ୍କ ଦିବ୍ୟ ଓ ଗୁପ୍ତ ଲୀଳା ସହ ଜଡ଼ିତ ଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଓଡ଼ିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସର ଆବାହକ ଭବାନୀଚରଣ ପାଢ଼ୀଙ୍କ ତତ୍ତ୍ୱାବଧାନରେ ମହୋତ୍ସବ ଆୟୋଜିତ ହୋଇଛି। ଅନୁଷ୍ଠାନର ଦୃଷ୍ଟିବାଧିତ ଭାଇ ଓ ଭଉଣୀମାନେ ଶ୍ରୀଜଗନ୍ନାଥଙ୍କ ମନଛୁଆଁ ଭଜନ ଓ ଜଣାଣ ପରିବେଷଣ କରି ଉପସ୍ଥିତ ଭକ୍ତଙ୍କୁ ଭାବବିହ୍ୱଳ କରିଥିଲେ। ସେମାନଙ୍କ ଭଜନ ପରିବେଷଣରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବଧାରାରେ ଭରିଯାଇଥିଲା।

ଭଜନ କାର୍ଯ୍ୟକ୍ରମରେ ‘ଜଗବନ୍ଧୁ ହେ ଗୋସାଇଁ’, ‘ଆହେ ନୀଳଶଇଳ’, ‘ସକଳ ତୀର୍ଥ ତୋ ଚରଣେ’, ‘କଥାମାନ ଚାଲ ଯିବା ପ୍ରଭୁ’ ଆଦି ଲୋକପ୍ରିୟ ଶ୍ରୀଜଗନ୍ନାଥ ଜଣାଣ ପରିବେଷଣ କରାଯାଇଥିଲା। ଭଜନ ଶୁଣିବା ସହ ଶତାଧିକ ଭକ୍ତ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଓ ୩୨ ବେଶ ଦର୍ଶନ କରିଥିଲେ। ସପ୍ତାହବ୍ୟାପୀ ଏହି ମହୋତ୍ସବରେ ଆଗାମୀ ଦିନଗୁଡ଼ିକରେ ମହାପ୍ରଭୁଙ୍କ ବିଭିନ୍ନ ବେଶ, ଭଜନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ।

ଏହା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ମହିମା, ଓଡ଼ିଆ ଧର୍ମ-ସଂସ୍କୃତି ଓ ପରମ୍ପରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦିବ୍ୟାଙ୍ଗ କଳାକାରମାନଙ୍କ ପ୍ରତିଭାକୁ ମଧ୍ୟ ଉତ୍ସାହିତ କରାଯାଉଛି। କାର୍ଯ୍ୟକ୍ରମକୁ ପ୍ରଭାତ ପାଣିଗ୍ରାହୀ ସଂଯୋଜନା କରିଥିଲେ। ସନ୍ତୋଷ ଶ୍ରୀଚନ୍ଦନ, ଜିତେନ୍ଦ୍ର ବେହେରା, ରଞ୍ଜନ ବରାଳ, ରଶ୍ମୀରଞ୍ଜନ ମିଶ୍ର, କେ. ଆଦର୍ଶ ଅଂଶୁମାନ, ଏସ୍‌.ଏମ୍‌. ଦିବ୍ୟପ୍ରକାଶ, ଚନ୍ଦନ ମହାରଣା, ସତ୍ୟନାରାୟଣ ବିଶୋଇ ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

September 4, 2026
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

September 4, 2026
ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

ପଞ୍ଚୁପାଣ୍ଡବ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ଦୀର୍ଘବର୍ଷର ଅଞ୍ଚଳ ବାସୀ ଙ୍କ ସ୍ବପ୍ନ ସାକାର କଲେ – ଦଶପଲ୍ଲା ବିଧାୟକ

September 4, 2026
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version