• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏଚସିଜି କ୍ୟାନ୍‌ସର ସେଂଟର, କଟକ ପକ୍ଷରୁ କ୍ୟାନ୍‌ସର ଚିକିତ୍ସା ପାଇଁ ଭାରତର ସ୍ୱଦେଶୀ ଭାବେ ବିକଶିତ ରୋବୋଟିକ ସର୍ଜିକାଲ ସିଷ୍ଟମ ଏସଏସଆଇ ମନ୍ତ୍ରାର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
September 3, 2026
in ଓଡ଼ିଶା, କଟକ, ବାଣିଜ୍ୟ, ମହାନଗର, ହୋମ୍
0
HCG Cancer Centre, Cuttack, Introduces SSI Mantra, India’s Indigenously Developed Robotic Surgical System for Cancer Care
Share on FacebookShare on TwitterWhatsapp

ରୋବୋଟିକ-ଆସିଷ୍ଟେଡ ଅଙ୍କୋଲୋଜି ସର୍ଜରୀ ପ୍ରଦାନ କରୁଥିବା ଓଡିଶାର ପ୍ରଥମ ବିସ୍ତୃତ କ୍ୟାନ୍‌ସର ହସ୍ପିଟାଲ, ଯାହା ରାଜ୍ୟର କ୍ୟାନ୍‌ସର ରୋଗୀମାନଙ୍କ ପାଇଁ ପରବର୍ତୀ ପିଢିର ଦକ୍ଷ ଓ କମ୍ କ୍ଷତିକାରକ ଚିକିତ୍ସା ଆଣିଛି ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଏଚସିଜି କ୍ୟାନ୍‌ସର ସେଂଟର, କଟକ ପକ୍ଷରୁ ଆଜି ଏକ ଭାରତ ନିର୍ମିତ, ସ୍ୱଦେଶୀ ଭାବେ ବିକଶିତ ରୋବୋଟିକ-ଆସିଷ୍ଟେଡ ସର୍ଜିକାଲ ପ୍ଲାଟଫର୍ମ ଏସଏସଆଇ ମନ୍ତ୍ରା ରୋବୋଟିକ ସର୍ଜିକାଲ ସିଷ୍ଟମର ଶୁଭାରମ୍ଭ ଘୋଷଣା କରାଯାଇଛି ଯାହାକୁ ଉନ୍ନତ ସଠିକତା, ଦକ୍ଷତା ଓ ଦୃଶ୍ୟମାନତା ସହିତ ଜଟିଳ, ସର୍ବନିମ୍ନ କ୍ଷତିକାରକ କ୍ୟାନ୍‌ସର ଅସ୍ତ୍ରୋପଚାର କରିବା ପାଇଁ ସର୍ଜନମାନଙ୍କୁ ସହଯୋଗ କରିବା ଲାଗି ଡିଜାଇନ କରାଯାଇଛି । ଏହି ଉନ୍ମୋଚନ ଓଡିଶାରେ ଅତ୍ୟାଧୁନିକ, ଟେକ୍ନୋଲୋଜି-ପରିଚାଳିତ କ୍ୟାନ୍‌ସର ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି ।

ଏସମ୍ପର୍କରେ ଏଚସିଜି କ୍ୟାନସର ହସ୍ପିଟାଲ୍‌ସ, ଇଷ୍ଟ ଓ ଏପି, ଆଂଚଳିକ ବ୍ୟବସାୟ ମୁଖ୍ୟ ଡଃ ରୁପାଲି ବାସୁ କହିଛନ୍ତି, “ଏଚସିଜି କ୍ୟାନ୍‌ସର ସେଂଟର, କଟକରେ ଏସଏସଆଇ ମନ୍ତ୍ରାର ଶୁଭାରମ୍ଭ ଓଡିଶାରେ ରୋଗୀମାନଙ୍କ ପାଇଁ ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସାକୁ ପହଂଚଯୋଗ୍ୟ କରିବା ପାଇଁ ଆମର ପ୍ରୟାସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ରୋବୋଟିକ ସର୍ଜରୀ ଜଟିଳ ପଦ୍ଧତିଗୁଡିକ ପାଇଁ ଦକ୍ଷତା ଓ ନିୟନ୍ତ୍ରଣର ଆଉ ଏକ ସ୍ତର ଆଣୁଥିବା ବେଳେ ଏହା ଆମର ସର୍ଜିକାଲ ଟିମ୍‌ଗୁଡିକୁ ଉପଯୁକ୍ତ ଭାବେ ଚୟନ କରାଯାଇଥିବା ରୋଗୀମାନଙ୍କୁ କମ୍ କ୍ଷତିକାରକ ଚିକିତ୍ସା ଉପଲବ୍ଧ କରିବା ପାଇଁ ଟେକ୍ନୋଲୋଜି ପ୍ରଦାନ କରିଥାଏ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଏହା ଅତ୍ୟାଧୁନିକ ଅସ୍ତ୍ରୋପଚାର ଚିକିତ୍ସାକୁ ରୋଗୀମାନେ ରହୁଥିବା ସ୍ଥାନରେ ଉପଲବ୍ଧ କରିବା ସମ୍ପର୍କିତ ଅଟେ, ଯାହାଫଳରେ ଟେକ୍ନୋଲୋଜିର ଲାଭ ପାଇବା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ଆମେ କଟକକୁ ଏହି କ୍ଷମତା ଆଣି ଖୁସି ଅନୁଭବ କରୁଛୁ ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ବଢିବା ସହ ଏହାର ସଫଳ କରିବା ପାଇଁ ଅପେକ୍ଷା କରିଛୁ ।” ଏହି ପୁରସ୍କାର ସହିତ ଏଚସିଜି କ୍ୟାନ୍‌ସର ସେଂଟର, କଟକ ଅଙ୍କୋଲୋଜି ପାଇଁ ରୋବୋଟିକ ସର୍ଜରୀ ପ୍ରଦାନ କରୁଥିବା ଓଡିଶାର ପ୍ରଥମ ବିସ୍ତୃତ କ୍ୟାନ୍‌ସର ହସ୍ପିଟାଲରେ ପରିଣତ ହୋଇଛି, ଯାହା ରାଜ୍ୟବାସୀଙ୍କ ପାଇଁ ପରବର୍ତୀ ପିଢିର ରୋବୋଟିକ-ଆସିଷ୍ଟେଡ କ୍ୟାନସର ସର୍ଜରୀ ଆଣିଛି ।

ଏହି ପଦକ୍ଷେପ ହସ୍ପିଟାଲର ଉତ୍ସର୍ଗୀକୃତ ସର୍ଜିକାଲ ଅଙ୍କୋଲୋଜି ଟିମର ବିଶେଷଜ୍ଞତା ସହ ଅତ୍ୟାଧୁନିକ ସର୍ଜିକାଲ ଟେକ୍ନୋଲୋଜିକୁ ଏକତ୍ରିତ କରିଛି, ଯାହା ଉନ୍ନତ, କମ୍ କ୍ଷତିଯୁକ୍ତ ଓ ରୋଗୀ-କେନ୍ଦ୍ରିତ କ୍ୟାନ୍‌ସର ଚିକିତ୍ସାକୁ ରାଜ୍ୟର ରୋଗୀମାନଙ୍କ ନିକଟତର କରିବା ପାଇଁ ଏଚସିଜିର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ଏଚସିଜି କ୍ୟାନ୍‌ସର ସେଂଟର, କଟକର ସିଇଓ ଡକ୍ଟର ସ୍ମିତା ପାଢୀ କହିଛନ୍ତି, “ଏହା ଏଚସିଜି କଟକ ଓ ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ ଅଟେ । ଆମର ରୋଗୀମାନଙ୍କ ପାଇଁ ରୋବୋଟିକ ସର୍ଜରୀ ଆଣିବା , ଏହି ହସ୍ପିଟାଲ ପାଇଁ ଆମର ଦୃଷ୍ଟିକୋଣର ଅଂଶ ଅଟେ ଏବଂ ଏହା ବାସ୍ତବତାରେ ପରିଣତ ହେବାର ଦେଖିବା ପ୍ରକୃତରେ ସ୍ୱତନ୍ତ୍ର ଅଟେ ।

ଏହାର ଅର୍ଥ ହେଉଛି ବିଶ୍ୱସ୍ତରୀୟ, ସର୍ବନିମ୍ନ କ୍ଷତିକାରକ କ୍ୟାନ୍‌ସର ଚିକିତ୍ସା ଏବେ ଏଠାରେ, ଘର ନିକଟରେ ଉପଲବ୍ଧ ହେଉଛି, ଯାହାଫଳରେ ଆମର ରୋଗୀ ଓ ସେମାନଙ୍କ ପରିବାରକୁ ଜଟିଳ ସମୟରେ ଆଧୁନିକ ସର୍ଜିକାଲ ଚିକିତ୍ସା ପାଇଁ ଅନ୍ୟ ସହରକୁ ଯିବା ପାଇଁ ପଡିବ ନାହିଁ । ଏହା ମଧ୍ୟ ଆମ ଉପରେ ଆମର ରୋଗୀମାନେ ଦେଖାଉଥିବା ବିଶ୍ୱାସ ଏବଂ ଆମର ସମଗ୍ର କ୍ଲିନିକାଲ ଟିମ୍‌ର ଉତ୍ସର୍ଗୀକୃତତାକୁ ପ୍ରତିଫଳନ କରୁଛି , ଏବଂ ଏହା ଏହି ଅଂଚଳରେ ଆମେ ପ୍ରଦାନ କରୁଥିବା କ୍ୟାନ୍‌ସର ଚିକିତ୍ସର ମାନ ବୃଦ୍ଧି ଜାରି ରଖିବା ପାଇଁ ଆମର ସଙ୍କଳ୍ପକୁ ସୁଦୃଢ କରିଛି ।” ଏଚସିଜି କ୍ୟାନ୍‌ସର ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡକ୍ଟର ମଞ୍ଜୁନାଥ ଏନ.ଏମ.ଏଲ. କହିଛନ୍ତି, “ରୋବୋଟିକ ସର୍ଜରୀ ହେଉଛି ସର୍ଜିକାଲ ଅଙ୍କୋଲୋଜିର ଟୁଲ୍‌କିଟ୍‌ରେ ଏକ ଉପଯୋଗୀ କ୍ଷମତା,

ବିଶେଷ କରି ଯେତେବେଳେ ଜଟିଳ ପଦ୍ଧତିଗୁଡିକ ସହ କାର୍ଯ୍ୟ କରାଯାଇଥାଏ, ଯେତେବେଳେ ଦକ୍ଷତା ଓ ପହଂଚ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏସଏସଆଇ ମନ୍ତ୍ରା ପ୍ଲାଟଫର୍ମ ସର୍ଜନମାନଙ୍କୁ ସର୍ବନିମ୍ନ କ୍ଷତିକାରକ ପଦ୍ଧତିଗୁଡିକୁ ପରିଚାଳନା କରିବା ସମୟରେ ଉନ୍ନତ ଦୃଶ୍ୟମାନତା, ଦକ୍ଷତା ଓ ନିୟନ୍ତ୍ରଣ ଦେଇଥାଏ, ଯାହା ନିର୍ଦ୍ଧିଷ୍ଟ ଭାବେ ଯତ୍ନଶୀଳ ଭାବେ ଚୟନ କରାଯାଇଥିବା କ୍ୟାନ୍‌ସର ମାମଲାଗୁଡିକ କ୍ଷେତ୍ରରେ ମୂଲ୍ୟବାନ ହୋଇପାରେ । ଏଚସିଜିରେ ଆମର ଗୁରୁତ୍ୱ, ଏହି ଟେକ୍ନୋଲୋଜିକୁ ସେଭଳି କ୍ଷେତ୍ରରେ ବ୍ୟବହାର କରିବା ଉପରେ ରହିବ, ଯେଉଁଠାରେ ବାସ୍ତବରେ ଏହା ସର୍ଜିକାଲ ପଦ୍ଧତି ଏବଂ ରୋଗୀଙ୍କ ଆରୋଗ୍ୟ ଫଳାଫଳରେ ମୂଲ୍ୟ ଯୋଗ କରିପାରୁଥିବ ଯାହା ଚିକିତ୍ସକୀୟ ବିଚାର ଓ ସର୍ଜିକାଲ ଟିମ୍‌ର ଅଭିଜ୍ଞତା ଦ୍ୱାରା ସମର୍ଥିତ ହୋଇଥିବ ।”

ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏସଏସଆଇ ମନ୍ତ୍ରା ପ୍ଲାଟଫର୍ମ ୟୁରୋ-ଅଙ୍କୋଲୋଜି, କୋଲୋରେକ୍ଟାଲ ଓ ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟିନାଲ ଅଙ୍କୋଲୋଜି ଏବଂ ଗାଇନେକୋଲୋଜି ଅଙ୍କୋଲୋଜି ସମେତ ପ୍ରମୁଖ ବିଶେଷଜ୍ଞତା କ୍ଷେତ୍ରରେ ନିର୍ଦ୍ଧିଷ୍ଟ ରୋବୋଟିକ-ଆସିଷ୍ଟେଡ କ୍ୟାନ୍‌ସର ସର୍ଜରୀ ସହ ଅନ୍ୟାନ୍ୟ ଉପଯୁକ୍ତ ଭାବେ ଚିହ୍ନଟ ପଦ୍ଧତିଗୁଡିକୁ ସପୋର୍ଟ କରିବ । ଏହି ଟେକ୍ନୋଲୋଜିକୁ ସର୍ବନିମ୍ନ କ୍ଷତିକାରକ ଅସ୍ତ୍ରୋପଚାର ସମୟରେ ସଠିକତା, ଦୃଶ୍ୟମାନତା ଓ ଉପକରଣ ନିୟନ୍ତ୍ରଣକୁ ଉନ୍ନତ କରି ସର୍ଜନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଛି । ହସ୍ପିଟାଲ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ଯେ, ରୋବୋଟିକ ସର୍ଜରୀ ସହ ଆଗକୁ ବଢିବା ପାଇଁ ନିଷ୍ପତି ଏକ କେସ୍‌-ବାଏ-କେସ୍ ଆଧାରରେ ଗ୍ରହଣ କରାଯିବ, ଯାହା ପ୍ରତ୍ୟେକ ରୋଗୀଙ୍କ ବ୍ୟକ୍ତିଗତ କ୍ୟାନ୍‌ସର ପ୍ରକାର, ପର୍ଯ୍ୟାୟ ଓ ସାମଗ୍ରିକ ଚିକିତ୍ସା ସ୍ଥିତି ଦ୍ୱାରା ମାର୍ଗଦର୍ଶିତ ହୋଇଥିବ ।

ସେହିପରି ଏଚସିଜି କ୍ୟାନ୍‌ସର ସେଂଟର, କଟକର ସର୍ଜିକାଲ ଅଙ୍କୋଲୋଜି ବିଭାଗର ପରାମର୍ଶଦାତା ଡଃ ବିକାଶ ନାୟକ କହିଛନ୍ତି, “ଏସଏସଆଇ ମନ୍ତ୍ରା ରୋବୋଟିକ ସର୍ଜିକାଲ ସିଷ୍ଟମର ଶୁଭାରମ୍ଭ ଓଡିଶାରେ କ୍ୟାନ୍‌ସର ଚିକିତ୍ସା ପାଇଁ ଏକ ଉଲ୍ଲେଖନୀୟ ମୁହୂର୍ତ ଅଟେ । ଏହି ଟେକ୍ନୋଲୋଜି ଜଟିଳ ପଦ୍ଧତିଗୁଡିକ ସମୟରେ ଜଣେ ସର୍ଜନଙ୍କ ଦକ୍ଷତା, ଦୃଶ୍ୟମାନତା ଓ ନିୟନ୍ତ୍ରଣକୁ ଉନ୍ନତ କରିଥାଏ ଯାହା ସର୍ଜିକାଲ ଟ୍ରମ୍ କମ୍ କରିବାଠାରୁ ଆରମ୍ଭ କରି ସମ୍ଭାବ୍ୟ ରୂପେ ଦ୍ରୁତ ଆରୋଗ୍ୟ ପର୍ଯ୍ୟନ୍ତ ଉପଯୁକ୍ତ ଭାବେ ଚୟନ ହୋଇଥିବା ରୋଗୀଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ସୃଷ୍ଟି କରିପାରିଥାଏ ।

ସବୁବେଳେ ଅଂଚଳର ଲୋକମାନଙ୍କ ପାଇଁ ସବୁଠାରୁ ଅତ୍ୟାଧୁନିକ, ପ୍ରାମଣ-ଆଧାରିତ କ୍ୟାନ୍‌ସର ଚିକିତ୍ସା ବିକଳ୍ପ ଆଣିବା ଆମର ଲକ୍ଷ୍ୟ ରହିଆସିଛି ଏବଂ ଏହି ସଫଳତା ସେହି ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।” ଏଚସିଜି କ୍ୟାନ୍‌ସର ସେଂଟର, କଟକର ସର୍ଜିକାଲ ଅଙ୍କୋଲୋଜି ବିଭାଗର ପରାମର୍ଶଦାତା ଡକ୍ଟର ସଂଗ୍ରାମ କେଶରୀ ପଣ୍ଡା କହିଛନ୍ତି, “ରୋବୋଟିକ ସର୍ଜରୀ ଜଟିଳ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଉନ୍ନତ ଦକ୍ଷତା ଓ ନିୟନ୍ତ୍ରଣ ପ୍ରଦାନ କରିପାରିଥାଏ, ଏଥିସହିତ ଏହା ଆମକୁ ଏକ ସର୍ବନିମ୍ନ କ୍ଷତିକାରକ ପଦ୍ଧତି ମାଧ୍ୟମରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥାଏ । ଏଚସିଜି କଟକରେ ଏହି ଟେକ୍ନୋଲୋଜି ପାଇବା ଆମକୁ ଉପଯୁକ୍ତ ଭାବେ ମନୋନୀତ ରୋଗୀଙ୍କୁ ଘର ନିକଟରେ ଆଉ ଏକ ସର୍ଜିକାଲ ବିକଳ୍ପ ପ୍ରଦାନ କରିବା ପାଇଁ ସାହାଯ୍ୟ କରିବ ।”

ଏଚସିଜି କ୍ୟାନ୍‌ସର ସେଂଟର, କଟକର ସର୍ଜିକାଲ ଅଙ୍କୋଲୋଜି ବିଭାଗର ପରାମର୍ଶଦାତା ଡକ୍ଟର ଜ୍ୟୋତି ରଞ୍ଜନ ସ୍ୱାଇଁ କହିଛନ୍ତି, “ଏସଏସଆଇ ମନ୍ତ୍ରାର ଶୁଭାରମ୍ଭ ଆମର ସର୍ଜିକାଲ ଅଙ୍କୋଲୋଜି ପ୍ରୋଗ୍ରାମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷମତା ଯୋଗ କରିଛି । ରୋବୋଟିକ-ଆସିଷ୍ଟେଡ ସର୍ଜରୀ ପାଇଁ ଉପଯୁକ୍ତ ରୋଗୀଙ୍କ ପାଇଁ ଏହା ଆମକୁ ଉନ୍ନତ ଦକ୍ଷତା ସହ ଜଟିଳ ପଦ୍ଧତିଗୁଡିକୁ ପରିଚାଳନା କରିବା ସହ ପଦ୍ଧତିକୁ ସର୍ବନିମ୍ନ କ୍ଷତିକାରକ ରଖିବାରେ ସାହାଯ୍ୟ କରିପାରିବ । ପ୍ରତ୍ୟେକ ରୋଗୀଙ୍କ ପାଇଁ ସଠିକ ଚିକିତ୍ସା ଚୟନ କରିବା ସବୁବେଳେ ଆମର ପ୍ରାଥମିକତା ରହିଆସିଛି ।” ରୋବୋଟିକ-ଆସିଷ୍ଟେଡ ସର୍ଜରୀ ଜଟିଳ ପଦ୍ଧତିଗୁଡିକ ସମୟରେ ଉନ୍ନତ ଦକ୍ଷତା, ୩ଡି ଭିଜୁଆଲାଇଜେଶନ ଓ ଉପକରଣ ନିୟନ୍ତ୍ରଣକୁ ସକ୍ଷମ କରିବା ପାଇଁ ଜଣେ ସର୍ଜନଙ୍କ ବିଶେଷଜ୍ଞତାକୁ ଆଧୁନିକ ଟେକ୍ନୋଲୋଜି ସହ ଏକତ୍ରିତ କରିଛି ।

ଉପଯୁକ୍ତ ଭାବେ ମନୋନୀତ କ୍ୟାନ୍‌ସର ରୋଗୀଙ୍କ ପାଇଁ ଏହି ସର୍ବନିମ୍ନ କ୍ଷତିକାରକ ପଦ୍ଧତି ସମ୍ଭାବ୍ୟ ରୂପେ କମ୍‌ ସର୍ଜିକାଲ ଟ୍ରମା, ନିମ୍ନ ରକ୍ତ କ୍ଷୟ, କମ୍ ଅସ୍ତ୍ରୋପଚାର ପରବର୍ତୀ ଯନ୍ତ୍ରଣା, ଦ୍ରୁତ ଆରୋଗ୍ୟ ଏବଂ ଏକ କ୍ଷୁଦ୍ର ହସ୍ପିଟାଲ ରହଣୀ ଆଣିଥାଏ ଯାହା ରୋଗୀମାନଙ୍କୁ ଶୀଘ୍ର ନିଜର ଦୈନନ୍ଦିନ ଜୀବନକୁ ଫେରିବାରେ ସାହାଯ୍ୟ କରିଥାଏ । ଏଚସିଜି କ୍ୟାନ୍‌ସର ସେଂଟର, କଟକରେ ଏହି ରୋବୋଟିକ ସର୍ଜରୀ ପ୍ରୋଗ୍ରାମ ଦକ୍ଷ ସର୍ଜିକାଲ ଅଙ୍କୋଲୋଜିଷ୍ଟଙ୍କ ଏକ ଟିମ୍ ଦ୍ୱାରା ପରିଚାଳିତ ହେବ ଏବଂ ପ୍ରତ୍ୟେକ ଅଙ୍କୋଲୋଜିଷ୍ଟ କ୍ୟାନ୍‌ସର ଅସ୍ତ୍ରୋପଚାର କ୍ଷେତ୍ରରେ ଏକ ଦଶନ୍ଧିରୁ ଅଧିକ ସମୟର ଏକ ଉତ୍ସର୍ଗୀକୃତ ଅଭିଜ୍ଞତା ଆଣିବେ ।

ଏହି ଟିମ୍‌ରେ ସର୍ଜିକାଲ ଅଙ୍କୋଲୋଜି ବିଭାଗର ପରାମର୍ଶଦାତା (୧୦ ବର୍ଷରୁ ଅଧିକ ଅଭିଜ୍ଞତା) ଡକ୍ଟର ବିକାଶ ନାୟକ, ସର୍ଜିକାଲ ଅଙ୍କୋଲୋଜି ବିଭାଗର ପରାମର୍ଶଦାତା (୧୦ ବର୍ଷରୁ ଅଧିକ ଅଭିଜ୍ଞତା) ଡକ୍ଟର ସଂଗ୍ରାମ ପଣ୍ଡା ଏବଂ ସର୍ଜିକାଲ ଅଙ୍କୋଲୋଜି ବିଭାଗର ପରାମର୍ଶଦାତା (୧୦ ବର୍ଷରୁ ଅଧିକ ଅଭିଜ୍ଞତା) ଡକ୍ଟର ଜ୍ୟୋତି ରଞ୍ଜନ ସ୍ୱାଇଁ ସାମିଲ ଅଛନ୍ତି । ଏସଏସଆଇ ମନ୍ତ୍ରାର ଲଂଚ୍ ସହିତ ଏଚସିଜି କ୍ୟାନ୍‌ସର ସେଂଟର, କଟକ ଓଡିଶାରେ ରୋଗୀମାନଙ୍କ ପାଇଁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ, ଟେକ୍ନୋଲୋଜି-ପରିଚାଳିତ କ୍ୟାନ୍‌ସର ଚିକିତ୍ସା ଆଣିବା ଉପରେ ଏହାର ମହତ୍ୱକୁ ପୁନଃସ୍ଥାପିତ କରିଛି, ଯାହା ରୋଗୀ ଓ ସେମାନଙ୍କ ପରିବାର ପାଇଁ ଆଧୁନିକ ସର୍ଜିକାଲ ଅଙ୍କୋଲୋଜି ଚିକିତ୍ସା ଲାଗି ରାଜ୍ୟ ବାହାରକୁ ଯିବାର ଆବଶ୍ୟକତା ହ୍ରାସ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Amway Backs India’s Viksit Bharat Vision with Expansion in Ayurveda

ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

September 3, 2026
Amway Backs India’s Viksit Bharat Vision with Expansion in Ayurveda

Amway Backs India’s Viksit Bharat Vision with Expansion in Ayurveda

September 3, 2026
HCG Cancer Centre, Cuttack, Introduces SSI Mantra, India’s Indigenously Developed Robotic Surgical System for Cancer Care

ଏଚସିଜି କ୍ୟାନ୍‌ସର ସେଂଟର, କଟକ ପକ୍ଷରୁ କ୍ୟାନ୍‌ସର ଚିକିତ୍ସା ପାଇଁ ଭାରତର ସ୍ୱଦେଶୀ ଭାବେ ବିକଶିତ ରୋବୋଟିକ ସର୍ଜିକାଲ ସିଷ୍ଟମ ଏସଏସଆଇ ମନ୍ତ୍ରାର ଶୁଭାରମ୍ଭ

September 3, 2026
HCG Cancer Centre, Cuttack, Introduces SSI Mantra, India’s Indigenously Developed Robotic Surgical System for Cancer Care

HCG Cancer Centre, Cuttack, Introduces SSI Mantra, India’s Indigenously Developed Robotic Surgical System for Cancer Care

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Amway Backs India’s Viksit Bharat Vision with Expansion in Ayurveda

ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

September 3, 2026
Amway Backs India’s Viksit Bharat Vision with Expansion in Ayurveda

Amway Backs India’s Viksit Bharat Vision with Expansion in Ayurveda

September 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version