No Result
View All Result
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ମୁନିସପାଲିଟି ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ମହାସମାରୋହରେ ପାଳିତ ହୋଇଯାଇଛି । ଭୋର ୪ ଟାରେ ଗାଡ଼ିରେ ଡକଵାଜି ଯନ୍ତ୍ର ଯୋଗେ ‘ରାମ ଧୁନ’ପ୍ରତ୍ୟେକ ୱାର୍ଡ ପରିକ୍ରମା କରିଥିଲା । ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ପିଟିଏସ୍ ପ୍ରିନ୍ସିପାଲ ଶ୍ରୀ ଭବେଶ କୁମାର ନାୟକ ଉପସ୍ଥିତ ଥିଲେ। ଵିଶିଷ୍ଟ କବି ତଥା ସାହିତ୍ୟିକ ଅଭିନେତା ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୃଦ୍ଧ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀଣି ସ୍ନେହଲତା ଆଚାର୍ଯ୍ୟ ପୌରପରିଷଦର ବିବରଣୀ ପାଠ କରିଥିଲେ। ଅତିଥି ମାନେ ନୟାଗଡ଼କୁ ଆହୁରି ସ୍ବଛ ଓ ସୁନ୍ଦର କରିବା ପାଇଁ ସହରବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀ, ସଫେଇ କର୍ମଚାରୀ, ଗୋସେବକ, ପ୍ରତିଯୋଗିତାର ବିଚାରକ ଏବଂ ପରିଷଦ କର୍ମଚାରୀ ଙ୍କ ସମେତ ମୋଟ ୨୧୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌରପରିଷଦର କାଉନସିଲର ମାନେ ମଞ୍ଚାସୀନ ଥିଲେ । ତେବେ କାର୍ଯ୍ଯକ୍ରମ ପ୍ରାରମ୍ଭରେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ବେଦ ତଥା ମନ୍ତ୍ର ପାଠ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟର ଏକ ଆଧ୍ୟାତ୍ମିକ ଉନ୍ମାଦନା ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା l କାର୍ଯ୍ଯକ୍ରମକୁ ଗଜେନ୍ଦ୍ର ମହାରଣ, ମିଲୁ ମାହାପାତ୍ର, ମନୋଜ ଜେନା, ଅଜିତ୍ ମଲ୍ଲିକ, ନାରାୟଣ ନାୟକ, ହଜରତ ଅଲ୍ଲୀ, ଲକ୍ଷ୍ମୀଧର ସାହୁ, ଦାସ ବାବୁ, ଶିଶିର ମହାପାତ୍ର, ଯାନ୍ତ୍ରିକ ବିଭାଗର ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ପ୍ରମୁଖ ଆଗେଇ ନେଇଥିଲେ|ଶେଷରେ କାଉନସିଲର ଅଳକା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l

No Result
View All Result