ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ବରଗଡ :- ବରଗଡ଼ ଜିଲ୍ଲା ଙ୍କଗ୍ରେସ କମିଟି ପକ୍ଷରୁ କୃଷି ବିଲ୍ କୁ ବିରୋଧ କରିବା ଏବଂ ଉତ୍ତର ପ୍ରଦେଶ ର ହରେଶ ଗଣ ଦୁଷ୍କର୍ମ ଘଟଣା ର ଶିକାର ମୃତ ପୁଡିତାଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ଆଜି ଗାନ୍ଧୀ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
ଏହି ସରକାର ସମୟରେ ଦେଶରେ ମହିଳା ସୁରକ୍ଷିତ ନୁହେଁ । ସେହିପରି କୃଷି ବିଲ୍ କୁ ଚାଷୀ ବିରୋଧୀ ଦର୍ଶାଇ ବିରୋଧ ପ୍ରକଟ କରିଥିଲେ । ଙ୍କଗ୍ରେସ କମିଟି ର ଯୁଗ୍ମ ପ୍ରସାଦ ସିଂ,ନିପନ ଦାଶ, ପୂର୍ବତନ ବିଧାୟକ ନିହାର ମହାନନ୍ଦ,ବ୍ରହ୍ମା ମହାକୁଡ ସମେତ ବହୁ ଦଳୀୟ ନେତା ମାନେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ, ବରଗଡ଼)