ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଚାଲିଥିବା ଧାରଣା ପ୍ରତ୍ୟାହୃତ
ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ଟି ଡାକ୍ତର ପଦବୀ କେବେ ପୂରଣ ହେବ l
ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖା ଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ କଂଗ୍ରେସ ପକ୍ଷରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ଧାରଣା ବୁଧବାର ମଧ୍ୟାହ୍ନରେ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି । ଧାରଣାସ୍ଥଳରେ ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ସୁଶାନ୍ତ କୁମାର ସ୍ୱାଇଁ ପହଞ୍ଚି ଧାରଣାରତ କଂଗ୍ରେସ କର୍ମୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ପରେ ସମୟାନୁକ୍ରମେ ଦାବି ଗୁଡିକ ପୂରଣ ନେଇ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିବା ଜଣାପଡିଛି । ପ୍ରକାଶଥାଉକି ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ ଟି ଡାକ୍ତର ପଦବୀ ଥିବା ବେଳେ ମାତ୍ର ୩ ଜଣ ଡାକ୍ତର ଏଠାରେ କାର୍ଯ୍ୟ କରୁଥିବା ବେଳେ
୧୧ ଟି ଡାକ୍ତର ପଦବୀ ଖାଲି ପଡିଥିବା ନେଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଡ.ଅଭିସାର ପଣ୍ଡାଙ୍କ ଠାରୁ ପ୍ରକାଶ । ଖାଲି ପଡିଥିବା ଡାକ୍ତର ପଦବୀ ଗୁଡିକ ତୁରନ୍ତ ପୂରଣ ଦିଗରେ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ପ୍ରତିଶୃତି ଦେଇଥିବା ଜଣାଯାଇଛି ।















