ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ଅପରାହ୍ନ ରେ ୧୨୭ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି । ସେମାନେ ଆଜି ଭୁବନେଶ୍ୱର ରେ ରହିବେ ଓ ଆସନ୍ତା କାଲି ବାରାଣସୀ ଅଯୋଧ୍ୟା ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ରେ ଯାତ୍ରା କରିବେ । ଏହି ବରିଷ୍ଠ ନାଗରିକ ମାନେ ବାରାଣସୀ ଅଯୋଧ୍ୟା ପରିଭ୍ରମଣ କରିବା ସହ ଚଳିତ ମାସ ୭ ତାରିଖରେ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗ ପାଇଁ ୪ ଜଣ ସହକାରୀ ମଧ୍ୟ ସାଥିରେ ଯାଇଛନ୍ତି ।

ଆଜି ପୂର୍ବାହ୍ନରେ ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମ କମିଶନର ଅଭିମନ୍ୟୁ ବେହେରା,ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,















