ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ଭଦ୍ରକ :- ରୋଗୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିବାର ଓ ସଂପର୍କୀୟମାନେ ଭଙ୍ଗାରୁଜା କରିଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ଘଟିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଡାକ୍ତରଖାନା ପରିସରରେ ପୋଲିସ ମୁତୟନ କରାଯାଇଛି l ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଧୂଷୁରୀର ଠାକୁରପାଟଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସତ୍ୟେନ୍ଦୁ ମଲିକ ଆଜି ଅପରାହ୍ନରେ ଗାଡ଼ିଆରେ ପଡି ଯାଇଥିଲେ ।
ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧୂଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସତ୍ୟେନ୍ଦୁଙ୍କର ମୃତ୍ୟୁ ପରେ ଡାକ୍ତରଖାନାରେ ଆଜି ସନ୍ଧ୍ୟାରେ ଉତ୍ତେଜନା ଦେଖା ଦେଇଥିଲା । ମୃତ ବ୍ୟକ୍ତିଙ୍କ ପରିବାର ଲୋକ ମେଡିକାଲ କର୍ମଚାରୀଙ୍କ ସହିତ ପାଟି ତୁଣ୍ଡ ଓ ଧସ୍ତାଧସ୍ତି କରିଥିବା ବେଳେ ଭଙ୍ଗାରୁଜା ମଧ୍ୟ କରିଥିଲେ । ( ଦୀପ୍ତିମାନ ପତି /ଭଦ୍ରକ )