ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ବ୍ରହ୍ମପୁର :- ଉତରପ୍ରଦେଶ ହାଥରସ୍ ଗଣଦୁଷ୍ମର୍ମ ମାମଲା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ । କଂଗ୍ରେସ ନେତା ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବା ପାଇଁ ସେହି ଗ୍ରାମକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ସହ ରାହୁଲ୍ ଙ୍କ ଠେଲା ପେଲା କରିଥିଲେ । ଏପରିକି ତାଙ୍କୁ ଗିରଫ କରିଥିଲେ । ଏହି ଘଟଣାକୁ ନେଇ ରାହୁଲ୍ ଗାନ୍ଧି କେନ୍ଦ୍ର ଓ ଉତରପ୍ରଦେଶ
ସରକାରଙ୍କ ବିରୋଧରେ ବର୍ଷି ଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଘଟଣାର କନା ନିନ୍ଦା କରାଯାଇଛି । ବ୍ରହ୍ମପୁରରେ ଯୁବ କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଘଟଣାର ନିନ୍ଦା କରାଯିବା ସହ ପ୍ରଧାନମନ୍ତ୍ରୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ସେହିପରି ଭୁବନେଶ୍ୱର ଠାରେ ମଧ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ଘଟଣାର ନିନ୍ଦା କରାଯିବା ସହ କେନ୍ଦ୍ର ଓ ଉତରପ୍ରଦେଶ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।