• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ : ମଣିନାଗ କଲ୍ୟାଣ ମଣ୍ଡପରେ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି

Proprietor Abhimanyu Maharana by Proprietor Abhimanyu Maharana
September 1, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ : ମଣିନାଗ କଲ୍ୟାଣ ମଣ୍ଡପରେ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି

Share on FacebookShare on TwitterWhatsapp

ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ମଣିନାଗ କଲ୍ୟାଣ ମଣ୍ଡପ ପାର୍ଶ୍ୱ ଖୋଲା ପଡ଼ିଆରେ ୧୩ଶ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୌରବମୟ ଉତ୍ସବରେ ଓଡ଼ିଶା ବିଧାନସଭାର ସମ୍ମାନନୀୟା ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ନୟାଗଡ଼ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି ସ୍ୱାଗତ ଭାଷଣ ଦେଇ ରଣପୁରର ଅଭୂତପୂର୍ବ ବିକାଶ ଧାରା ଓ ପ୍ରମୁଖ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ । ଉତ୍କୃଷ୍ଟ ରାଜସ୍ୱ ଆଦାୟ (Excellent Revenue Collection) ପାଇଁ ଆଜି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ରଣପୁର ଏନ୍.ଏ.ସି.କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଏହି ସଫଳତା ପାଇଁ ସମଗ୍ର ରଣପୁରବାସୀ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବା ସହ ନିଜର ୫ମ ବର୍ଷର କାର୍ଯ୍ୟକାଳରେ ସେବା ଯାତ୍ରା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ଗତ ୨୦୨୪ ବର୍ଷରେ ରଣପୁର ପୌରାଞ୍ଚଳ ପାଇଁ ଥିବା ମାତ୍ର ୪୭ଟି ଲକ୍ଷ୍ୟଧାର୍ଯ୍ୟ (Target)କୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ବଳରେ ଉଚ୍ଛେଦ କରାଯାଇଛି ।

ଫଳରେ ପୌରାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କା ଘର ଯୋଗାଇଦେବାର ବାଟ ସୁଗମ ହୋଇପାରିଛି, ଯାହାକି ଗରିବ ଓ ବାସହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇବା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ବୈଠକରେ ମତପ୍ରକାଶ ପାଇଛି । ସହରର ପରିମଳ ଓ ବ୍ୟବସାୟିକ ଭିତ୍ତିଭୂମିର ଉନ୍ନତି ପାଇଁ ଆଜି ଏକ ଅତ୍ୟାଧୁନିକ ନୂତନ ଆମିଷ ବଜାର (Non-Veg Market) ଶୁଭ ଉଦ୍‌ଘାଟିତ ହୋଇଛି ।

ଏଥିସହ ଦୀର୍ଘ ୫୦ ବର୍ଷର ପୁରାତନ ସମସ୍ୟାର ସ୍ଥାୟୀ ସମାଧାନ କରି ଆସନ୍ତା ୨ ମାସ ମଧ୍ୟରେ ପରିବା ବଜାର ସ୍ଥାନାନ୍ତରଣ (Vegetable Market Relocation) କାର୍ଯ୍ୟ ସଫଳତାର ସହ ଶେଷ ହେବାକୁ ଯାଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ₹୧.୩୫ କୋଟି ବ୍ୟୟରେ ଐତିହ୍ୟ ବଡ଼ଦାଣ୍ଡର ବିଦ୍ୟୁତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

ସାଂସ୍କୃତିକ ଓ ପାର୍କ ଭିତ୍ତିଭୂମି କ୍ଷେତ୍ରରେ ମା’ ମଣିନାଗ ମନ୍ଦିର ନିକଟରେ ଖୁବ୍ ଶୀଘ୍ର ଏକ ଭବ୍ୟ “ରଣପୁର କଳା ଏବଂ ସଂସ୍କୃତି ଭବନ” ନିର୍ମାଣ ହେବାକୁ ଯାଉଛି । ₹୨ କୋଟି ବ୍ୟୟରେ ‘ଶହୀଦ ଅର୍ଜୁନ ରାଉତ ପାର୍କ’ର ଉନ୍ନତୀକରଣ, ୪ ଗୋଟି କଲ୍ୟାଣ ମଣ୍ଡପ କାର୍ଯ୍ୟକ୍ଷମ ଏବଂ ସହରରେ ଏକ ସ୍ଥାୟୀ ମହୋତ୍ସବ ତଥା ପ୍ରଦର୍ଶନୀ ପଡ଼ିଆ ପ୍ରତିଷ୍ଠା କରାଯାଇଛି ।

କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଇନଡୋର ଷ୍ଟାଡିୟମ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବି.ସି. ହାଇସ୍କୁଲ ମିନି ଷ୍ଟାଡିୟମ ଆସନ୍ତା ୨ ମାସ ମଧ୍ୟରେ ରାତ୍ରିକାଳୀନ ଖେଳ ପାଇଁ ଉତ୍ସର୍ଗ ହେବ । ଏଥିସହିତ ଆଗାମୀ ୩ ମାସରେ ଭଲିବଲ୍ ଓ କ୍ରିକେଟ୍ ଆର୍ଟିଫିସିଆଲ୍ ଟ୍ରେନିଂ ପିଚ୍, ଜେଲ୍ ପଡ଼ିଆରେ ₹୧୩ କୋଟିର ଭବ୍ୟ ଷ୍ଟାଡିୟମ ଏବଂ ରଣପୁର କଲେଜ ନିକଟରେ ନୂତନ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆଗାମୀ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ।

ପୌରାଞ୍ଚଳର ୯ ଗୋଟି ପୋଖରୀର ପୁନରୁଦ୍ଧାର ସରିଥିବା ବେଳେ ଆଉ ୫ ଗୋଟି ପୋଖରୀର ଯୋଜନା ପ୍ରସ୍ତୁତ ରହିଛି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର “ବଢ଼ି ପୋଖରୀ”ର ପୁନରୁଦ୍ଧାର ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ,

ସାଂସଦ ଡକ୍ଟର ସମ୍ବିତ ପାତ୍ର, ଜିଲ୍ଲା ପ୍ରଶାସନ ଓ ରଣପୁରବାସୀଙ୍କ ମିଳିତ ପ୍ରୟାସରେ ରଣପୁରକୁ ରାଜ୍ୟର ଏକ ଶ୍ରେଷ୍ଠ ଆଦର୍ଶ ପୌରାଞ୍ଚଳ ଭାବେ ଗଢ଼ିତୋଳିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ବୋଲି ସଭାରେ ମତପ୍ରକାଶ ପାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Khimji Jewellers Unveils ‘Dhanteras Dhanvarsha’ , a shower of festive offers across its collections

ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

October 31, 2026

ଜାତି ବାସନ୍ଦର କରୁଣ ଚିତ୍ର : ଶବ ଛୁଇଁଲେନି ଜାତିଭାଇ, ୧୮ ଘଣ୍ଟା ପରେ ଚାରିକାନ୍ଧ ଦେଲେ ସମାଜସେବୀ

ଜାତି ବାସନ୍ଦର କରୁଣ ଚିତ୍ର : ଶବ ଛୁଇଁଲେନି ଜାତିଭାଇ, ୧୮ ଘଣ୍ଟା ପରେ ଚାରିକାନ୍ଧ ଦେଲେ ସମାଜସେବୀ

October 31, 2026
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ – ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ – ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

October 31, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Khimji Jewellers Unveils ‘Dhanteras Dhanvarsha’ , a shower of festive offers across its collections

ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

October 31, 2026
Khimji Jewellers Unveils ‘Dhanteras Dhanvarsha’ , a shower of festive offers across its collections

Khimji Jewellers Unveils ‘Dhanteras Dhanvarsha’ , a shower of festive offers across its collections

October 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version