ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ଢେଙ୍କାନାଳ :- ହରିପୁରର ହରିଆ ଦେହୁରୀ , ନା ଅଛି ପକ୍କାଘର ନା ମିଳି ପାରୁଛି କିଛି ସହାୟତା କିନ୍ତୁ ଚାହିଁ ରହିଛନ୍ତି କେବେ ମିଳିବ ମୋ ବାର୍ଦ୍ଧକ୍ୟ ଭତ୍ତା । ଜିଲ୍ଲା ସଦର ମହକୁମା ଗୁଣ୍ଡିଚା ପଡ଼ା ପଞ୍ଚାୟତ ହରିପୁର ଗ୍ରାମର ହରିଆ ଦେହୁରୀ । ବୟସ ଦେଖିଲେ ଲାଗୁଛି , କେବେଠୁ ଷାଠିଏ ଟପିଲାଣି କିନ୍ତୁ ତାଙ୍କ ସରକାରୀ ଆଧାର କାର୍ଡ କହୁଛି ପଚାଶ ।
ପ୍ରଶାସନିକ ଅଧିକାରୀମାନେ ସାମାନ୍ୟ ତାଙ୍କର ଆଧାର କାର୍ଡରେ ଜନ୍ମ ତାରିଖ ଭୁଲ୍ ଦର୍ଶାଇ ଥିବାରୁ ଆଜିଯାଏଁ ନା ମିଳି ପାରୁଛି ଭତ୍ତା କି ସରକାରୀ ସହାୟତା । ବାରମ୍ବାର ପ୍ରଶାସନ ନିକଟକୁ ଧାଇଁ ଧାଇଁ ହୀନସ୍ତା । ଆଖି କୁ ଆଉ ଠିକ୍ ସେ ଦେଖା ଯାଉନି କି ଭଲରେ କାନକୁ ଶୁଭୁନି, ବାର୍ଦ୍ଧକ୍ୟର ଶେଷ ପାରିରେ ପହଞ୍ଚିଲେଣି । ତଥାପି ଚାହିଁ ରହିଛନ୍ତି କେବେ ମିଳିବ ମୋ ବାର୍ଦ୍ଧକ୍ୟ ଭତ୍ତା । ( ରିପୋର୍ଟ – ଅମର ରଞ୍ଜନ ଦାସ)