ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- କେନ୍ଦ୍ର ସରକାର ଙ୍କ ଦ୍ଵାରା ପାରିତ ହୋଇଥିବା କୃଷି ବିଲ୍ କୁ ବିରୋଧ କରି ଆଜି ବରଗଡ଼ ଜିଲ୍ଲା ଚାଷୀ ମାନେ ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତି ତଳେ ଧାରଣା ରେ ବସି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶୁକ୍ରବାର ଜୟ କିଶାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ର ମିଳିତ ସହଯୋଗ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଚାଷୀ ମାନେ ଏହି ଧାରଣାରେ ସାମିଲ ହୋଇଥିଲେ।
ଚାଷୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଗାନ୍ଧୀ ଛକ ଠାରେ ପହଞ୍ଚିଥିଲେ। ସେଠାରେ କେନ୍ଦ୍ର ସରକାର ଙ୍କ କୃଷି ବିଲ୍ କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷି ବିଲ୍ ଦ୍ବାରା ଚାଷୀଙ୍କ ସ୍ୱାର୍ଥ ସୁରକ୍ଷିତ ନୁହେଁ, ଏହା ଦ୍ବାରା ସମଗ୍ର କୃଷି କ୍ଷେତ୍ର କମ୍ପାନୀ ହାତକୁ ଚାଲିଯିବ ବୋଲି କହିଥିଲେ। ଏହି ବିଲ୍ ଯୋଗୁଁ ଚାଷୀ ଆହୁରି ଶୋଷଣ ର ଶୀକାର ହେବେ ବୋଲି ବର୍ଷିଥିଲେ। ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ। ସମନ୍ବୟ ସମିତି ର ଆବାହକ ଲିଙ୍ଗରାଜ,ଜୟ କିଶାନ ଆନ୍ଦୋଳନ ର ସୁଶୀଲ କୁମାର ସାହୁ, ରମେଶ ମହାପାତ୍ର,ହର ବନିଆ, କିଶୋର ସାହୁ ସମେତ ବହୁ ଚାଷୀ ମାନେ ଏଥିରେ ସାମିଲ ହୋଇଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)