No Result
View All Result
ସମୃଦ୍ଧ ଓଡ଼ିଶା ପାଇଁ ପ୍ରତ୍ୟେକ ମହିଳା ଉଦ୍ୟୋଗୀ ହୁଅନ୍ତୁ, ଆଇନ ମନ୍ତ୍ରୀ

ଖୀର୍ଦ୍ଧା (ଓଡିଶା ତାଜା ନ୍ୟୂଜ ) :- ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗ ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଜୟରାଜ ଗୁରୁ ଟାଉନ ହଲ ପରିସରରେ ଜିଲ୍ଲାସ୍ତରୀୟ ସୁଭଦ୍ରର ୫ମ କସ୍ତି ପ୍ରଦାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ଅମ୍ରିତ ଋତୁରାଜଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରି ପୂର୍ଥୀ ରାଜ ହରିଚନ୍ଦନ ଓ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲାପାଳ ସ୍ୱଚ୍ଛ ସ୍ୱସ୍ତିକ ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ,

ଚନ୍ଦନ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ମଞ୍ଚ ପରିଚାଳନା କରିଥିଲେ । ଉପସ୍ଥାପିକା ଭାବେ ରେବତୀ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ମା’ ଭଉଣୀମାନେ ଆଗକୁ ବଢ଼ିଲେ ସୁନାର ପରିବାର, ସମାଜ ଓ ଓଡ଼ିଶା ହସି ଉଠିବ। ସୁଭଦ୍ରା ଆତ୍ମନିର୍ଭର କେନ୍ଦ୍ର, ଦରଜୀ ସିଲାଇ କେନ୍ଦ୍ର, ମିଶନ କାଫେ ଦ୍ୱାରା ଖୋର୍ଦ୍ଧାର ସୁଭଦ୍ରା ଭଉଣୀମାନେ ସମଗ୍ର ଓଡ଼ିଶାକୁ ରାସ୍ତା ଦେଖାଇବେ ।

ଆଜିର ଏହି ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନରେ ଜିଲାର ୪,୫୯,୫୦୧ ଜଣ ହିତାଧିକାରୀ ମା, ଭଉଣୀ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ମୁଖ୍ୟଅତିଥି ତଥା ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ପ୍ରଦାନ କରିଥିଲେ।ସଫଳ ମଣିଷ, ସଫଳ ବ୍ୟବସାୟୀ ହେଲେ ମୋଟେ ଗାଁ, ସମାଜ ଓ ସହରରେ ସୁନାମ ମିଳିବ । ମହିଳାମାନେ ସୁଭଦ୍ରା ସହାୟତାକୁ ଉପଯୁକ୍ତ ବିନିଯୋଗ କରି ଲକ୍ଷ ପତି ଦିଦିରୁ କୋଟି ପତି ଦିଦି ହୁଅନ୍ତୁ।ସଫଳ ସୁଭଦ୍ରା ଭଉଣୀ କଳ୍ପନା ବଳିୟାର ସିଂ, କବିତା ମାଧୁ,

ରଞ୍ଜିତା ସାହୁ, ଗୀତାଞ୍ଜଳି ରଣସିଂହ, ସନ୍ନ୍ୟାସୀ ରାଣୀ ଦାସ ଏବଂ ହସନ୍ନା ବେଗମ୍ ସିଲାଇ ମେସିନ କାମ, ବଡ଼ି ତିଆରି, ଲେଡିସ କର୍ଣ୍ଣର ଆଦି ଛୋଟ ଉଦ୍ୟୋଗ ଉପରେ ନିଜର ସଫଳ ନେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଡିବିଟିଏଲ ସୁଭଦ୍ରା କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ନୟାଗଡ଼ ଜିଲା ଲାଠିପଡ଼ାରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ପରିଶେଷରେ ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result