ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ବରଗଡ :- ବରଗଡ଼ ଜିଲ୍ଲା ସ୍ତରୀୟ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୨୫୧ ତମ ଜୟନ୍ତୀ ଉତ୍ସବ ଅନଲାଇନ ମାଧ୍ୟମ ରେ ପାଳନ କରାଯାଇଥିଲା । ଜିଲ୍ଲା ସ°ସ୍କୃତି ବିଭାଗ ଦ୍ବାରା ଆୟୋଜିତ ଏହି ଭର୍ଚୁଆଲ କାର୍ଯ୍ୟକ୍ରମ କୁ ଜିଲ୍ଲା ସ°ସ୍କୃତି ଅଧିକାରୀ କଲ୍ୟାଣୀ ଦାସ ଉପସ୍ଥାପନା କରିଥିଲେ । ବର୍ଣ୍ଣ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପିକା ସୁଶ୍ରୀ ସେବାଶ୍ରୀ ପାତ୍ର, ପଦ୍ମପୁର ଅଞ୍ଚଳ କଲେଜ ର ଓଡ଼ିଆ ବିଭାଗ ମୁଖ୍ୟ ଡଃ ପ୍ରମୋଦ କୁମାର ପାଢ଼ୀ, ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ,ବ୍ୟଙ୍ଗ କବି ତଥା ଗାନ୍ଧୀ ସ୍ମୃତି ପାଠାଗାର ର ସମ୍ପାଦକ ମନୋରଞ୍ଜନ ସାହୁ ପ୍ରମୁଖ ଅ°ଶ ଗ୍ରହଣ କରି ଗାନ୍ଧୀଙ୍କ ଦର୍ଶନ ଉପରେ ଆଲୋଚନା କରିଥିଲେ।
ପ୍ରାରମ୍ଭ ରେ ବିକାଶ ରେସିଡେନସିଆଲ ସ୍କୁଲ ର ଆସ୍ଥା ମହାପାତ୍ର ଏବଂ ରୋଟାରୀ ପବ୍ଲିକ ସ୍କୁଲ ର ଗ୍ରେସି ନିଶା ସିଂ ଘଲ ଗାନ୍ଧୀ ଭଜନ ପରିବେଷଣ କରିଥିଲେ। ଶେଷରେ ସୁଶ୍ରୀ ଚନ୍ଦ୍ରିକା ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ଗଣଦୃଷ୍ଟି ପକ୍ଷରୁ ଏହାକୁ ସଞ୍ଚାଳନ କରାଯାଇଥିଲା । ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଛକ ସ୍ଥିତ ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ଏସପି ପଦ୍ମିନୀ ସାହୁ, ଜିଲ୍ଲା ସ°ସ୍କୃତି ଅଧିକାରୀ କଲ୍ୟାଣୀ ଦାସ ତଥା ଅନ୍ୟମାନେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)