ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ଗଞ୍ଜାମ :- ଉତ୍ତରପ୍ରଦେଶର ହାଥରସରେ ଦଳିତ ଝିଅ ମନୀଷା ବାଲ୍ମୀକିଙ୍କୁ ଗଣବଳାକ୍ତାର କରି ହତ୍ୟା କରିଦିଆଯାଇଛି ଏହାର ମୃତ୍ୟୁରେ ସମଗ୍ର ଦେଶ କ୍ରୋଧିତ ଓ ଆନ୍ଦୋଳିତ ହୋଇଛି । ଏହି ଦଳିତ ଝିଅଙ୍କୁ ବଳାକ୍ତାର କରି ତାଙ୍କ ଝିଭକୁ କାଟି ଦେଇ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତ ବିକ୍ଷତ କରଯାଇଥିଲା ଯାହା ଦ୍ଵାରା ତାଙ୍କର ଦିଲ୍ଲୀର ହସ୍ପିଟାଲରେ ତଳଦିନେ ମୃତ୍ୟ ହୋଇଥିଲା । ସବୁଠୁ ଦୂଃଖର ଓ ଲଜ୍ଜ୍ୟାର ବିଷୟ ତାଙ୍କ ଶବକୁ ପରିବାରଙ୍କୁ ଦିଆଯାଇନଥିଲା ଉତ୍ତରପ୍ରଦେଶ ପୁଲିସ ନିଜେ ଶବ ସକ୍ତାର କରିଥିଲା ବର୍ତ୍ତମାନ ଏହି ସରକାର ତଥ୍ୟକୁ ଲୁଚାଇବାକୁ ଚେଷ୍ଠା କରୁଛି ବଳାକ୍ତାର ମାମଲାକୁ ଦବାଇବା ପାଇଁ ଷଡଯନ୍ତ୍ର ରଚୁଛି । ଏହାର ପ୍ରତିବାଦକୁ ନେଇ ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ ତରଫରୁ ବ୍ରହ୍ମପୁରର ଗାନ୍ଧୀନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ବିରୋଧ ପ୍ରଦର୍ଶନ କରଯାଇଥିଲା । ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ ଯାହା ଏକ ବିଭିନ୍ନ ବହୁଜନ ସମାଜର ସାମୁହିକ ମଞ୍ଚ ସାମିଲ ଅଛନ୍ତି । ଏହି ବିରୋଧ ପ୍ରଦର୍ଶନରେ ମନୀଷା ବାଲ୍ମୀକିଙ୍କ ବଳାକ୍ତାରିକୁ ଫାସି ଦିଆଯାଉ ଯାହା ସୁପ୍ରୀମ କୋର୍ଟ ନଜରରେ ସ୍ଵତନ୍ତ୍ର ତଦନ୍ତ କରି କରାଯାଉ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ
ଚାକିରୀ ଓ ପାଠପଡା ଖର୍ଚ୍ଚ ଉତ୍ତରପ୍ରଦେଶ ସରକାର ବହନ କରି ନ୍ୟାୟ ଦିଆଯାଉ । ଯେଉଁଭଳି ଭାବରେ ସାରା ଦେଶରେ ଦଳିତ, ଆଦିବାସୀ ଓ ସମସ୍ତ ବହୁଜନ ସମାଜର ନାରୀଙ୍କ ଉପରେ ବଳାକ୍ତାର ଓ ଧର୍ଷଣ ବଡିଚାଲିଛି ଏଥି ପାଇଁ କେନ୍ଦ୍ରର ମୋଦୀ ସରକାର ହିଁ ଦାୟୀ । ଏହି ସରକାର ଖାଲି ନିର୍ବାଚନରେ ଦଳିତ ପ୍ରେମ ଦେଖାଇ ପରେ ଅତ୍ୟାଚାରୀଙ୍କ ଉପରେ ଶକ୍ତ କାର୍ଯ୍ୟକାରୀ ନକରି ସେମାନଙ୍କ ଫୁଲମାଳ ସହ ସ୍ଵାଗତ କରି ନିଜର ମହିଳା ବିରୋଧୀ ମାନସିକତାକୁ ପର୍ଦାଫାସ କରିଛି । ଏହି ବିରୋଧ ପ୍ରଦର୍ଶନରେ ଦେଶରେ ବଢୁଥିବା ମହିଳାଙ୍କ ଉପରେ ଅତ୍ୟାଚାର,ବଳାକ୍ତାର ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ଦିଆଯାଉ ବୋଲି ଦାବୀ ହୋଇଥିଲା । ଏହି ବିରୋଧ ପ୍ରତିବାଦରେ ମଧୁସୁଦନ, ଅବନୀ ଗୟା, ଭୋକଲି ସେଠୀ, ଦେବେନ୍ଦ୍ର ଘଡେଇ ,ଚିନ୍ତାମଣି ନାୟକ, କାମଦେବ ନାହକ, ସାଜିଦ ହୁସେନ, ରଞ୍ଜିତ ନାୟକ, ସୁଧୀର ଦାସ, ସନ୍ଦେଶ ଦାସ, ରହିତ ନାୟକ, ଶିବରାମ ସାହୁ , ବିଶ୍ଵ ଚନ୍ଦ୍ର ମାଧେଇ, ଗଗନ ମଲ୍ଲିକ, ଉମା ଦାସ ,ଜଗା ହାତୀ,D ପାତ୍ର ସମେତ ଅନେକ ନେତୃତ୍ଵବୃନ୍ଦ ଉପସ୍ଥିତ ଥିଲେ । (ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )