ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ହିଞ୍ଜିଳିକାଟୁ :- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ହିଞ୍ଜିଳି ବ୍ଲକ ରାଳବ ପଞ୍ଚାୟ ତ କାର୍ଯ୍ୟାଳୟ ଠାରେ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ସରପଞ୍ଚ ଜାଗିଲି ଦାସ ସଭାପତି ଭାବେ ଉପସ୍ଥିତ ଥିଲେ । ଗ୍ରାମୀଣ ଅଧିବାସୀଙ୍କ ଆର୍ଥିକ ଅଭିବୃଦ୍ଧି ସକାଶେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମ ଦିବସ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଚଳିତ ବର୍ଷ ପାଇଁ ଏଥିରେ ଅନ୍ତର୍ଭୁକ୍ତ ଥିବା ମୋ ଉପକାରୀ ବଗିଚା, ଗାଈ ଗୁହାଳ,ଛେଳି ଗୁହାଳ ଏବଂ ଖତ କୁଣ୍ଡ ଆଦି ବ୍ୟକ୍ତିଗତ ପ୍ରକଳ୍ପ ର ହିତାଧିକାରୀଙ୍କ ଚୟନ କରାଯାଇ ଥିଲା । ପୁଣି ଅତ୍ୟାବଶ୍ୟକୀୟ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପ ମଧ୍ୟ ଚୟନ କରା ଯାଇଥିଲା । ଏଥି ସହ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ହାତ ବାରମ୍ବାର ସାବୁନ କିମ୍ବା ହେଣ୍ଡ ୱାସରେ ଧୋଇବା ଆଦି ୩ ସୁତ୍ରୀ ନିୟମ ମାନି ଚଳିବାକୁ ଉପସ୍ଥିତ ଗ୍ରାମବାସୀଙ୍କୁ ପିଇଓ ଅବଗତ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ହର୍ଷ ମାଧବ କର, ଜି ଆର ଏସ, ଗାଁ ସାଥି, ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )