ଭୁବନେଶ୍ଵର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଗମମାସ ୧୪ ତାରିଖରେ ଭୁବନେଶ୍ୱର ନିକଟସ୍ଥ ମଦନପୁର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପି. ଏଚ. ଡି . କରିବାପାଇଁ ନାମ ଲେଖାଇବା ପାଇଁ ଏକ ଲିଖିତ ପରୀକ୍ଷା କରାଯାଇଥିଲା ସଧାରଣ ବର୍ଗର ପରୀକ୍ଷାର୍ଥୀ ଏବଂ ପରିଖ୍ୟାର୍ଥିନି ମାନଙ୍କଠାରୁ , ଏନ୍ଟ୍ରାନ୍ସ୍ ବାବଦକୁ ଫି ଟ ୩୫୦୦ ଅର୍ଥ ନିଆଯାଇଥିଲା ୧୪ ଜୁଲାଇ ରେ ଲିଖିତ ପରୀକ୍ଷା କରାଯାଇଥିଲା ଏବଂ ୟୁନିଭରସିଟିର କଣ୍ଟ୍ରୋଲର ଧରଣୀଧର ରଣାଙ୍କ ସୂଚନା ଅନୁଯାୟୀ ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ (୭୦% ସଠିକ୍ ଉତ୍ତର ଦେଇଥିବେ) ହେବେ ସେମାନଙ୍କୁ VIVA VOCE ପାଇଁ ଡକାଯିବ ସେହି ଅନୁସାରେ ପାର୍ଥୀ ଓ ପ୍ରାଥିନି ମାନେ ପ୍ରସ୍ତୁତ ହେଉଥିବା ବେଳେ ହଠାତ ୨୨ ଜୁଲାଇରେ VIVA VOCE ପାଇଁ ଏକ ଇମେଲ ଜରିଆରେ ତରବରିଆ ଭାବେ ଜଣାଇଦିଗଲା ଏବଂ ସମସ୍ତ ପାଖାପାଖି ୧୨୩ ଜଣ ଲିକ୍ଷିତ ପରୀକ୍ଷା ଦେଇଥିବା ପ୍ରାର୍ଥୀ ଏବଂ ପ୍ର।ଥିନୀଙ୍କୁ ଡକାଯାଇଥିଲା ।















