ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଲାଇଫଲାଇନ କୁହା ଯାଉଥିବା ବହୁମୂଖୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ୧୯୯୯ ରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ଆଜି ଜିଲ୍ଲା ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବତାର ରୂପ ନେଇଛି । ଜିଲ୍ଲାର ଜୟପାଟଣା ବ୍ଲକର ବାନେରଠାରେ ୨୨୦ ଗ୍ରିଡକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ।
ଏହି ଅବସରରେ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ,ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି ଧର୍ମଗଡ଼ ବିଧାୟକ ମୌଷଧି ବାଗ, କଳାହାଣ୍ଡି ଜିଲ୍ଲାପାଳ ଡ଼. ଗାଭଳି ପରାଗ ହର୍ଷଦ , କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ସମେତ ଓ OHPCର ବରିଷ୍ଠ ଅଧିକାରୀଙ୍କ ଗହଣ ରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି ।
କଳାହାଣ୍ଡି ବାସୀଙ୍କ ବହୁ ପ୍ରତିକ୍ଷିତ ଦାବି ପୂରଣ ହୋଇଥିବା ନେଇ ଜିଲ୍ଲା ବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ବାନେର ଗ୍ରୀଡ଼ରୁ କୋକସରା ବ୍ଲକର ଲଡ଼ୁଗାଁ, ବଡ଼କୁଟୁରୁକୁ ପ୍ରଥମ ପର୍ଯ୍ୟାୟରେ ସଂଯୋଗ କରାଯିବ ପରେ ଜିଲ୍ଲାର ଅନ୍ୟ ଅଂଚଳକୁ ବିଦ୍ୟୁତ ସଂଯୋଗ କରାଯିବା ନେଇ ସୂଚନା ମିଳିଛି । କଳାହାଣ୍ଡି ବାସୀଙ୍କ ବହୁ ଦିନରୁ ପ୍ରତିକ୍ଷିତ ଦାବି ଆଜି ରାଜ୍ୟ ସରକାର ପୂରଣ କରିଥିବାରୁ ଜିଲ୍ଲା ବାସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । (ରିପୋର୍ଟ -ପ୍ରଦୀପ କୁମାର ଗଉଡ )