ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ହିଞ୍ଜିଳିକାଟୁ :- ଅଭିଳାଷ ଚଳଚ୍ଚିତ୍ର କାନ୍ନେସ୍ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ, ଫ୍ରାନ୍ସ ପାଇଁ ମନୋନୀତ । ହିଞ୍ଜିଳିକାଟୁ ର କ୍ଷୁଦ୍ର ଚଳଚ୍ଚିତ୍ର ଅଭିଳାଷ ଫ୍ରାନ୍ସ ଦେଶରେରେ ପ୍ରଦର୍ଶିତ ହୋଇଥିବାରୁ ଚାରିଆଡୁ ପ୍ରସଂଶାର ସୁଅ ଛୁଟି ଆସିବାରେ ଲାଗିଛି । ଏହି ଫେଷ୍ଟିଭାଲ ପାଇଁ ୯ଟି ଦେଶର ଜୁରି ମୋନୋନିତ ହୋଇଛନ୍ତି । ଆମ ଭାରତର ପ୍ରକାଶ ଝୋ ଭଳି ବରିଷ୍ଠ ନିର୍ଦ୍ଦେଶକ ଜୁରି କମିଟିରେ ମଧ୍ୟ ରହିଛନ୍ତି । ଏହି ଫେଷ୍ଟିଭାଲଟି ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ବର ପ୍ରାୟ 82ଟି ଚଳଚ୍ଚିତ୍ର ମନୋନୀତ ହୋଇଥିଲା । ଆମ ଦେଶ ଭାରତରୁ ୪ଟି ଏବଂ ଓଡ଼ିଶାରୁ ଗୋଟିଏ ଚଳଚ୍ଚିତ୍ର ‘ଅଭିଳାଷ’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଫେଷ୍ଟିଭାଲକୁ ଚଳଚ୍ଚିତ୍ରଟିକୁ ପହଞ୍ଚାଇବା ପାଇଁ ମୁଖ୍ୟ ମାର୍ଗଦର୍ଶକ ସାଜିଛନ୍ତି ସୁଭମ୍ ଅପ୍ରୁୱା । ଏହି ଅଭିଳାଷ ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାର ପାଇବା ପରେ ଏହା ଏକ ଅପୂର୍ବ ସଫଳତା ହାସଲ କରିଛି ।
ହିଞ୍ଜିଳିକଟୁ ପରି ଛୋଟିଆ ସହରର ଏହି ଚଳଚ୍ଚିତ୍ର ଆଜି ବିଶ୍ୱ ପ୍ରସିଦ୍ଧ ଫେଷ୍ଟିଭାଲ ଫ୍ରାନ୍ସର କାନ୍ନେସ୍ ରେ ପ୍ରଦର୍ଶିତ ହୋଇଛି । ‘ଅଭିଳାଷ’ର ନିର୍ଦ୍ଦେଶନା ନୃତ୍ୟ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ନିର୍ଦ୍ଦେଶକ ଗୁରୁ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଦେଇଥିବା ବେଳେ ଅଭିନୟ T. ଶିବାଜି ଦାସ ଏବଂ ଚିତ୍ର ଉତ୍ତୋଳନରେ ଶ୍ରୀନୁ ଦାସ କହିଛନ୍ତି । ସହ ନିର୍ଦ୍ଦେଶକ ଭାବେ ରଞ୍ଜନ କୁମାର ସାହୁ ଏବଂ ଫିଲ୍ମର ନିର୍ମାଣ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୁଭମ୍ ଅପ୍ରୁୱା ଏବଂ ସୁଭମ୍ ଦାସ । ଏହି ଫିଲ୍ମଟି ଦୁଇଟି ପର୍ଯ୍ୟାୟରେ ମୋନୋନିତ ହୋଇଛି। ପବ୍ଲିକ ଭୋଟିଂ ଏବଂ ଜୁରି ଆୱାର୍ଡ଼ ଦ୍ଵାରା ସମସ୍ତ ସିନେମାର ମାନ ନିର୍ଦ୍ଧାରଣ କରାଯାବ । ପ୍ରଥମ ଥର ହିଞ୍ଜିଳିକଟୁର ଚଳଚ୍ଚିତ୍ର ଫ୍ରାନ୍ସ ଦେଶର ପଦର୍ଶିତ ହୋଇଥିବାରୁ , ଏହି କଥା କୁ ନେଇ ଅଞ୍ଚଳବାସୀ ଏବଂ ଓଡ଼ିଶା ବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି । ଶେଷରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦେଶବାସୀ ଙ୍କୁ ଭୋଟିଂ ପାଇଁ ବିନୀତ ଅନୁରୋଧ କରିଛନ୍ତି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )