ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ନୟାଗଡ :- “ଆଶ୍ରୟ”ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ ନୟାଗଡ ଜିଲ୍ଲାର ଶରଣକୁଳ ନିକଟସ୍ଥ ବାଉଁଶିଆ ଗ୍ରାମରେ ଥବା ସାମାଜିକ ଅନୁଷ୍ଠାନ “ଆଶ୍ରୟ”ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ କୋଭିଡ ନିୟମାନୁଯାୟୀ ପାଳିତ ହେବାସହ ଗରିବ ଗୁରୁବାଙ୍କୁ ବସ୍ତ୍ର ଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପରେ ପରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇ ଥିଲା |
ଏପରିକି ରକ୍ତଦାନ ଜୀବନ ଦାନ ସମ୍ପର୍କରେ ଉପସ୍ଥିତ ମାନଙ୍କୁ ସଚେତନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାର ବର୍ଷିଆନ ସମାଜସେବୀ ଦାମ ସାର, କୃଷ୍ଣ ଚନ୍ଦ୍ର ମହାପାତ୍ର, ବ୍ରଜ କିଶୋର ମହାପାତ୍ର, ଭବାନୀ ଶଙ୍କର ଦାଶ, ଚିତ୍ତ ରଞ୍ଜନ ପ୍ରଧାନ ପ୍ରମୁଖ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସେମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗେଇ ନେଇଥିଲେ | ଏଥିରେ ପ୍ରାୟ ୩0ରୁ ଉର୍ଦ୍ଧ ଦୁସ୍ଥ, ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରାଯାଇଥିବାବେଳେ ପ୍ରାରମ୍ଭରୁ ଆଶ୍ରୟର ଚତୁର୍ପାଶ୍ୱକୁ ଏହାର ସଦସ୍ୟ ମାନେ ସଫେଇ କରିଥିଲେ |
ତେବେ ଏ ସମସ୍ତ କାର୍ଯ୍ୟକ୍ରମକୁ ଓଡିଶାର ବିଶିଷ୍ଟ ସମାଜସେବୀ,କଳାକାର ତଥା ସ୍ବେଛାସେବୀ ଅନୁଷ୍ଠାନ “ଆଶ୍ରୟ”ର ମୁଖ୍ୟ ଲୋକନାଥ ଦାଶ ଆଶ୍ରୟ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ନେଇ ସୁଚାରୁ ରୂପେ ସମ୍ପାଦନ କରିଥିଲେ | ତେବେ ଆଶ୍ରୟ ର ଏଭଳି ଜନ କଲ୍ୟାଣ କାରି କାର୍ଯ୍ୟକ୍ରମକୁ ସମଗ୍ର ଜିଲ୍ଲାରେ ପ୍ରଂଶସା କରାଯାଇଛି | (ନୟାଗଡ ଜିଲ୍ଲା ରିପୋର୍ଟ –ରାମକୃଷ୍ଣ ରଥ)