ଓଡ଼ିଶା ତାଜା ନିୟୁଜ୍ (୨ ଅକ୍ଟୋବର ଶୁକ୍ରବାର) ଢେଙ୍କାନାଳ :- ଆଜି ଜିଲ୍ଲାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ସକାଳ ୭ .୩୦ମି ସମୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ପୁଷ୍ପ ମାଲ୍ୟାର୍ପ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସଦର ଉପ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ସୀତାଂଶୁ ଶେଖର ଦାସ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ସଂସ୍କୃତି ଅଧିକାରୀ ଶ୍ରୀ ଶୁକ୍ରୁ ସ୍ବାଇଁ ପ୍ରମୁଖ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଞ୍ଜାପନ କରିଥିଲେ ।
ମାଲ୍ୟାର୍ପଣ ପରେ ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ଶ୍ରୀମତୀ ଅନୁପମା ମିଶ୍ର ଗୀତା ପାଠ,ଜନାବ୍ ନଜରୁଲ୍ ଇସଲାମ କୋରାନ୍ ପାଠ ଏବଂ ଶ୍ରୀ ସରୋଜ କୁମାର ସିଂହ ବାଇବେଲ ପାଠ କରିଥିଲେ।ଏହି ଅବସରରେ ଢେଙ୍କାନାଳ ପୌରାଞ୍ଚଳର ବିଦ୍ୟୁତ ଚାଳିତ ଅଳିଆ ବୁହା ଗାଡ଼ି ଏବଂ ଫିଟ୍ ଇଣ୍ଡିଆ ସଦସ୍ୟ ମାନଙ୍କର ଏକ ମାରାଥନ ରାଲିକୁ ଜିଲ୍ଲାପାଳ ପତାକା ଦେଖାଇ ଆରମ୍ଭ କରିଥିଲ (ରିପୋର୍ଟ୍, ଅମର ରଞ୍ଜନ ଦାସ)