ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ଖୋର୍ଦ୍ଧା :- ଗୁରୁବାର ଦିନ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର NCC ଓ YRC ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଏକ ବିରାଟ ଦେଶପ୍ରେମମୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ଭବାନୀ ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ପଟ୍ଟନାୟକଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା। YRC ପରାମର୍ଶଦାତା ତଥା NCC

ପ୍ରଶିକ୍ଷକ ଶ୍ରୀ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୮୦ ଜଣ YRC ସ୍ୱେଚ୍ଛାସେବୀ ଓ ୨୫ ଜଣ NCC ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ବିଦ୍ୟାଳୟରୁ ବାହାରି ଶୋଭାଯାତ୍ରା ଟାଙ୍ଗୀ ଗ୍ରାମାଞ୍ଚଳ ପରିକ୍ରମା କରି ପୁନର୍ବାର ବିଦ୍ୟାଳୟରେ ପହଞ୍ଚିଥିଲା। ତିରଙ୍ଗା ହାତରେ ଧରି ଛାତ୍ରଛାତ୍ରୀମାନେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେଇଥିଲେ । ଅଧ୍ୟାପକ ଶ୍ରୀକାନ୍ତ ଦାସ, ଚଣ୍ଡୀ ପ୍ରସାଦ ପଟ୍ଟନାୟକ,

ବିଶ୍ୱ ରଞ୍ଜନ ଦାସ, ଦିଲ୍ଲୀପ ଦାସଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । “ତିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଆମ ଗର୍ବ, ଆମ ଏକତା ଓ ଆମ ଦେଶପ୍ରେମର ପ୍ରତୀକ।” ଏହି ପ୍ରେରଣାଦାୟୀ ବାର୍ତ୍ତା ସହ ‘ହର ଘର ତ୍ରିରଙ୍ଗା’ର ଗୌରବମୟ ଅଭିଯାନକୁ ସମସ୍ତେ ଉତ୍ସାହର ସହ ପାଳନ କରିଥିଲେ ।















