ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ନାକାମାମୁଡ଼ି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରୁ ନିଶାର କୁପ୍ରଭାବ ଓ ବେଆଇନ ଚାଷର ଅନ୍ଧକାରକୁ ସଂପୂର୍ଣ୍ଣ ରୂପେ ଦୂର କରି ଯୁବପିଢ଼ିଙ୍କୁ ଏକ ସୁସ୍ଥ ତଥା ପ୍ରଗତିଶୀଳ ସମାଜ ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।















