ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) କଟକ /ରିପୋର୍ଟ ସୋନାଲି :- ଆଜି ମହାତ୍ମା ଗାନ୍ଧୀ ଙ୍କର ୧୫୧ ତମ ଜନ୍ମ ଜୟନ୍ତୀ ରେ ଗାନ୍ଧିଜୀ ଙ୍କ ତିନି ମାଙ୍କଡ଼ ର ବାର୍ତ୍ତା ରେ ଯୋଡ଼ି ହୋଈଛି ଚତୃର୍ଥ ମାଙ୍କଡ଼ । ମନ୍ୟୁଷ ର ସମସ୍ତ କର୍ମ,ବୁଦ୍ଧି, ବିବେକ, ଚେତନା ଶକ୍ତି ମସ୍ତିଷ୍କ ରୁ ଜାଗ୍ରତ ହୋଇଥାଏ । ଗାନ୍ଧୀଜି ଙ୍କ ର ତିନି ମାଙ୍କଡ଼ ଙ୍କ ବାର୍ତ୍ତା ଅନୁସାରେ ପ୍ରଥମ ବାର୍ତ୍ତା ଖରାପ କଥା ଦେଖ ନାହିଁ , ଦ୍ବିତୀୟ ବାର୍ତ୍ତା ଖରାପ କଥା ଶୁଣ ନାହିଁ , ତୃତୀୟ ବାର୍ତ୍ତା ଖରାପ କଥା କୁହ ନାହିଁ , ସେହିଭଳି ଚତୃର୍ଥ ବାର୍ତ୍ତା ଖରାପ ଚିନ୍ତା କର ନାହିଁ । ମନରେ କୁଚିନ୍ତନ ରହିଲେ ମନ୍ୟୁଷ ଆଖି , କାନ , ପାଟି ବନ୍ଦ କଲେ ମଧ୍ୟ ଅଶାନ୍ତ ହୋଇଥାଏ ।
ମନ୍ୟୁଷ ଖରାପ ଚିନ୍ତନ ର ବଶବର୍ତ୍ତି ହୋଇ ବହୁ ଅସାମାଜିକ କର୍ମ ରେ ଲିପ୍ତ ବା ମାନସିକ ସନ୍ତୁଳନ ହରାଇ ବସେ । ମନ୍ୟୁଷ ର ମସ୍ତିଷ୍କ ରେ ଖରାପ ଚିନ୍ତନ କୁ ଦୁରୀଭୁତ କରିବା ପାଈଁ ଏହି ପ୍ରୟାସ ଅଟେ । ସମାଜ ରେ ମନ୍ୟୁଷ ଏହି ଖରାପ ଚିନ୍ତାଧାରା କୁ ତ୍ୟାଗ କରି ମସ୍ତିଷ୍କ କୁ ଶାନ୍ତ ଅଥବା ନିଜକୁ ସଫଳତା ର ଶୀର୍ଷ ରେ ପହଁଚାଇବାରେ ସହାୟକ ହୋଇପାରିବ ବୋଲି ଆଶା ଓ ବିଶ୍ୱାସ । ଦୀର୍ଘ ୨୫ ବର୍ଷ ର ବୋୖଦ୍ଧିକ ଗବେଷଣା କରି ଆଜି ସମାଜ ର ଉପକାର ପାଈଁ ରେଭେନ୍ସା ୟୁନିଭରସିଟି ପ୍ରଫେସର ସଞ୍ଜୟ ଶତପଥି ଚତୃର୍ଥ ମାଙ୍କଡ଼ ବାର୍ତ୍ତା ପ୍ରଦାନ କରିଛନ୍ତି ।
୨୫ ବର୍ଷର ଗବେଷଣା ର ଏକ ମଧୁର ରୂପ ଗାନ୍ଧିଜୀ ଙ୍କ ଚତୃର୍ଥ ମାଙ୍କଡ଼ ରୂପେ ହେବ ପରିଚିତ । ଏହି ଭଳି ପ୍ରଚେଷ୍ଟା ପାଈଁ ପ୍ରଫେସର ସଞ୍ଜୟ ଶତପଥି ଙ୍କୁ ଏକ କପି ରାଇଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର , ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ । ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ନିଜେ ଟ୍ୱିଟ୍ କରି ଜନ କଲ୍ୟାଣ ଓ ସାରା ରାଜ୍ୟ ରେ ସମସ୍ତ ଙ୍କ ପାଈଁ ଏହା ଉତ୍ସାହ ମୂଳକ ବାର୍ତ୍ତା ବୋଲି ପ୍ରକାଶ କରିଛନ୍ତି । (ରଶ୍ମିତା ମହାପାତ୍ର)