ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ନୟାଗଡ :- ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ଯକ୍ଷ ସମାଜସେବୀ ଶ୍ରୀଧର ସାହୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ସାହୁ ଉପସ୍ଥିତ ଗୁରୁଜୀଗୁରୁମା ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ, ଅହିଂସା ଓ ଶାନ୍ତି ର ଦେବଦୂତ ସାଜି ଭାରତମାତାର ସନ୍ତାନ ରୂପେ ଆବିର୍ଭାବ ହୋଇଥିଲେ । ଗାନ୍ଧୀଜୀଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଅହିଂସା ନିଷ୍ଠା ବଳରେ ଦେଶ ଆଜି ସ୍ବାଧୀନ ।
ଦେଶର ପ୍ରାକ୍ତନ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅନୁଭବ କରିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଦେଶର ସୈନିକ,କୃଷକ ଓ ଶ୍ରମିକମାନଙ୍କର ଉନ୍ନତି ନ ହୋଇଛି ସେ ପର୍ଯ୍ୟନ୍ତ ଦେଶ ଆଗେଇ ପାରିବ ନାହିଁ । ସେଥିପାଇଁ ସେ କହିଥିଲେ “ଜୟ ଜବାନ ଜୟ କିଷାନ” । ଅହିଂସା ନୀତି ଆପଣେଇ ସ୍ବାଭିମାନୀ ଭାବେ ବଞ୍ଚିବା ସହିତ ଆମ ଛାତ୍ରଛାତ୍ରୀ ମାନଙ୍କୁ ଏ ଦିଗରେ ବ୍ରତୀ କରିବା ପାଇଁ ଗୁରୁଜୀଗୁରୁମା ମାନେ ଚେ଼ଷ୍ଟା କରିବା ଉଚିତ୍ ବୋଲି ମଧ୍ଯ କହିଥିଲେ । ପରିଶେଷରେ ବିଦ୍ଯାଳୟର ବିନୋଦିନୀ ଗୁରୁମା ଧନ୍ଯବାଦ ଅର୍ପଣ କରିଥିଲେ । (ନୟାଗଡ ଜିଲ୍ଲା ରିପୋର୍ଟ –ରାମକୃଷ୍ଣ ରଥ)