• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

Proprietor Abhimanyu Maharana by Proprietor Abhimanyu Maharana
August 9, 2026
in ଓଡ଼ିଶା, ଦେଶ, ମନୋରଞ୍ଜନ, ମହାନଗର, ହୋମ୍
0
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ
Share on FacebookShare on TwitterWhatsapp

ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଦିଲ୍ଲୀ-ଏନ୍‌ସିଆର୍ ଗସ୍ତ ସମ୍ପନ୍ନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ନିବେଶ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା

ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ରରେ ବିପୁଳ ସୁଯୋଗ

‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍‌ସୋ ସହିତ ୪୬ଟି ଉଚ୍ଚସ୍ତରୀୟ ବୈଠକ, ମୋଟ ୨୦୮ଟି ଶିଳ୍ପ ଆଲୋଚନା

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ
୧,୬୮୯ କୋଟି ଟଙ୍କାର ଇନ୍‌ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ,
୮,୦୬୪ ନିଯୁକ୍ତି ସମ୍ଭାବନା

ମୋଟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୫୪,୧୩୫ ନୂତନ ନିଯୁକ୍ତି ସୁଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଆଜି ଶିଳ୍ପଜଗତରୁ ଆଜି ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଗତକାଲି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ର ବ୍ୟାପକ ସଫଳତା ପରେ ଆଜି ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ୱାନ୍-ଅନ୍-ୱାନ୍ ବୈଠକ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ନୋଏଡ଼ାସ୍ଥିତ ହାୟର୍ (Haier) ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ ।
ଏହି ଦୁଇ ଦିନିଆ ଶିଳ୍ପ ଅଭିଯାନ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଏବଂ ପୂର୍ବ ଭାରତର ଦ୍ରୁତ ବିକାଶର ଆଭିମୁଖ୍ୟ ଅନୁଯାୟୀ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ପ୍ରୟାସର ଏକ ଅଂଶ । ଉତ୍ପାଦନ, ପୁଞ୍ଜିନିବେଶ ଏବଂ ନିଯୁକ୍ତି-ଭିତ୍ତିକ ଅଭିବୃଦ୍ଧି ପାଇଁ ଓଡିଶାକୁ ଏକ ପ୍ରତିଯୋଗିତାମୂଳକ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ତା’ର ଉଦ୍ୟମକୁ ତ୍ୱରାନ୍ୱିତ କରୁଛି।

ହାୟର୍ (Haier) ଉତ୍ପାଦନ କେନ୍ଦ୍ର ପରିଦର୍ଶନ ସମୟରେ ସେ ବରିଷ୍ଠ କମ୍ପାନୀ କର୍ମକର୍ତ୍ତା ଏବଂ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ ଏବଂ କମ୍ପାନୀର ଉତ୍ପାଦନ ପ୍ରକ୍ରିୟା ଏବଂ ବ୍ୟବସ୍ଥାଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ହାୟର୍ କମ୍ପାନୀର ଉନ୍ନତ ଉତ୍ପାଦନ ପଦ୍ଧତିଗୁଡ଼ିକୁ ବୁଝିବା ଏବଂ ବିଶେଷକରି ଇଲେକ୍ଟ୍ରୋନିକ୍ସ, ଗୃହୋପକରଣ, ସପ୍ଲାଏ ଚେନ୍ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ ପରିବେଶକୁ ସୁଦୃଢ଼ କରିବା ପାଇଁ ଏବଂ ସମ୍ଭାବ୍ୟ ସୁଯୋଗଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ପାଇଁ ଏହି ପରିଦର୍ଶନ ଏକ ସୁଯୋଗ ପ୍ରଦାନ କରିଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଓଡ଼ିଶା ଏପରି ଏକ ଶିଳ୍ପ ବାତାବରଣ ସୃଷ୍ଟି କରୁଛି ଯେଉଁଠାରେ ଶିଳ୍ପଗୁଡ଼ିକର ଅଭିବୃଦ୍ଧି ହୋଇପାରିବ, ନିଯୁକ୍ତି ସୃଷ୍ଟି ହେବ ଏବଂ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଭାଲ୍ୟ-ଆଡିସନ୍ ହୋଇପାରିବ। ଆମର ଲକ୍ଷ୍ୟ କେବଳ ପୁଞ୍ଜିନିବେଶ ଆକର୍ଷିତ କରିବା ନୁହେଁ, ବରଂ ନିଯୁକ୍ତି ସୃଷ୍ଟି କରିବା, ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ନୂତନ ସୁଯୋଗ ଖୋଲିବା। ଆମେ ଚାହୁଁଛୁ ଯେ ଅଭିବୃଦ୍ଧି ପାଇଁ ନିବେଶକମାନେ ଓଡ଼ିଶାକୁ ଏକ ଦୀର୍ଘକାଳୀନ ପାର୍ଟନର ଭାବରେ ଦେଖନ୍ତୁ।”

ପ୍ରମୁଖ ଉତ୍ପାଦନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହ ରାଉଣ୍ଡ ଟେବଲ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍‌ର ସହଯୋଗରେ ଆୟୋଜିତ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ରାଉଣ୍ଡ ଟେବଲ ବୈଠକରେ ଓଡ଼ିଶାରେ ଉତ୍ପାଦନ, ଶିଳ୍ପ ଭିତ୍ତିଭୂମି, ଆନୁଷଙ୍ଗିକ ବିକାଶ ଏବଂ ଯୋଗାଣ ଶୃଙ୍ଖଳା ଏକତ୍ରୀକରଣ ନେଇ ଆଲୋଚନା ହୋଇଥିଲା । ନୋଏଡ଼ା ଆପାରେଲ୍ ଏକ୍ସପୋର୍ଟ କ୍ଲଷ୍ଟରର ସହଯୋଗରେ ନୋଏଡ଼ା ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଟେକ୍ସଟାଇଲ୍ ଏବଂ ପୋଷାକ ସମ୍ପର୍କିତ ରାଉଣ୍ଡ ଟେବଲରେ ବୟନଶିଳ୍ପ ଓ ପୋଷାକ ଉତ୍ପାଦନ, ରପ୍ତାନି ସୁଯୋଗ, ଦକ୍ଷ କର୍ମଚାରୀ ଏବଂ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ନାଲ୍‌କୋ (NALCO) ର ସହଯୋଗରେ ଆୟୋଜିତ ଆଲୁମିନିୟମ୍ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ ରାଉଣ୍ଡ ଟେବଲରେ ଓଡ଼ିଶାରେ ଆଲୁମିନିୟମ୍ ମୂଲ୍ୟ ସଂଯୋଜନା, ଡାଉନଷ୍ଟ୍ରିମ୍ ଉତ୍ପାଦନ, ଆନୁଷଙ୍ଗିକ ଶିଳ୍ପ ଏବଂ ଏମ୍ଏସ୍‌ଏମ୍‌ଇ ର ଅଂଶଗ୍ରହଣକୁ ପ୍ରସାର କରିବା ପାଇଁ ଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଏହି ଦୁଇ ଦିନିଆ ଅଭିଯାନର ଫଳସ୍ୱରୂପ ଏକାଧିକ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୋଟ ପୁଞ୍ଜିନିବେଶ ପ୍ରସ୍ତାବ ୬୬,୩୯୨ କୋଟି ଟଙ୍କା ଥିବାବେଳେ, ୫୪,୧୩୫ଟି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ଏହି ଅବସରରେ ମୋଟ ୩୮ଟି MoU ସ୍ୱାକ୍ଷରିତ ହୋଇଥିବା ବେଳେ, ଏହାଦ୍ୱାରା ୬୪,୭୦୩ କୋଟି ଟଙ୍କାର ନିବେଶ ସୁଯୋଗ ଆସିଛି ଏବଂ ୪୬,୦୭୧ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ସହିତ ୧,୬୮୯ କୋଟି ଟଙ୍କାର ଇନ୍‌ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ମିଳିଥିଲା, ଯାହାଦ୍ୱାରା ୮,୦୬୪ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି । ଏହି ଫଳାଫଳଗୁଡ଼ିକ ଓଡ଼ିଶା ପ୍ରତି ଶିଳ୍ପଜଗତର ବଢୁଥିବା ଭରସାକୁ ପ୍ରତିଫଳିତ କରୁଛି। ରାଜ୍ୟରେ ଏକ ଶକ୍ତିଶାଳୀ ଶିଳ୍ପ ପରିବେଶ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ବ୍ୟାପକ ସଫଳତା ହାସଲ କରିଛି । ଏହି ଅଭିଯାନକୁ ସମାପ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, “ପୂର୍ବୋଦୟ ପାଇଁ ଓଡ଼ିଶା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଦୁଇ ଦିନ ମଧ୍ୟରେ ଶିଳ୍ପଜଗତଠାରୁ ମିଳିଥିବା ପ୍ରତିଶ୍ରୁତି ଅତ୍ୟନ୍ତ ଉତ୍ସାହଜନକ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏବଂ ଡବଲ୍ ଇଞ୍ଜିନ ସରକାରଙ୍କ ନେତୃତ୍ୱରେ ଆମେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ଏକ ନୂଆ ଶିଖରକୁ ନେଇଯିବା ପାଇଁ ପ୍ରତିଶ୍ରୁତିବଦ୍ଧ।”

ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଦିଲ୍ଲୀ-ଏନ୍‌ସିଆର୍‌ରେ ଶିଳ୍ପଗୁଡ଼ିକରୁ ମିଳିଥିବା ପ୍ରତିକ୍ରିୟା ଓଡ଼ିଶାର ନିବେଶ ବାତାବରଣ ପ୍ରତି ବର୍ଦ୍ଧିତ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି । ଆମର ପ୍ରାଥମିକତା ହେଉଛି ନିବେଶକମାନଙ୍କୁ ସୁବିଧା ପ୍ରଦାନ କରିବା, କ୍ଷେତ୍ର-ନିର୍ଦ୍ଦିଷ୍ଟ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏହି ଆଲୋଚନା ମାଧ୍ୟମରେ ସୃଷ୍ଟି ହୋଇଥିବା ନିବେଶ ଆଗ୍ରହକୁ ଯେପରିଜମିରେ ପ୍ରକଳ୍ପରେ ପରିଣତ କରାଯାଇପାରିବ ଏବଂ ରାଜ୍ୟର ଦୀର୍ଘକାଳୀନ ଶିଳ୍ପ ଅଭିବୃଦ୍ଧିରେ ଅବଦାନ ରଖିପାରିବ, ସେଥିପାଇଁ ଆମେ କାର୍ଯ୍ୟ କରୁଛୁ।” ଦିଲ୍ଲୀ-ଏନ୍‌ସିଆର ରେ ଦୁଇ ଦିନିଆ ସଫଳ କାର୍ଯ୍ୟକ୍ରମ ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ମଜବୁତ କରିଛି । ଏଥିରେ ‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍‌ସୋ ବ୍ୟତୀତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ୪୬ଟି ଉଚ୍ଚସ୍ତରୀୟ ବୈଠକ ଏବଂ ମୋଟ ୨୦୮ଟି ଶିଳ୍ପ ଆଲୋଚନା ଅନ୍ତର୍ଭୁକ୍ତ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

August 9, 2026
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

August 9, 2026
Kishore Dwibedi receives Kalinga Samman-2026

କିଶୋର ଦ୍ବିବେଦୀଙ୍କୁ କଳିଙ୍ଗ ସମ୍ମାନ-୨୦୨୬ ପ୍ରଦାନ

August 9, 2026
Kishore Dwibedi receives Kalinga Samman-2026

Kishore Dwibedi receives Kalinga Samman-2026

August 9, 2026

Recent News

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

August 9, 2026
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

August 9, 2026
Kishore Dwibedi receives Kalinga Samman-2026

କିଶୋର ଦ୍ବିବେଦୀଙ୍କୁ କଳିଙ୍ଗ ସମ୍ମାନ-୨୦୨୬ ପ୍ରଦାନ

August 9, 2026
Kishore Dwibedi receives Kalinga Samman-2026

Kishore Dwibedi receives Kalinga Samman-2026

August 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

August 9, 2026
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

August 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version