ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ନୟାଗଡ :- ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂଜ୍ୟ ପୂଜା କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ତ୍ରିନାଥ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଡ଼. ପୋମା ଟୁଡୁ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧା ନିବେଦନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ଉପ ଜିଲ୍ଲାପାଳ ଲଗ୍ନ ଜିତ ରାଉତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼.ପ୍ରମୋଦ କୁମାର ନାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଜେନା, ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ,ପୂର୍ବ ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବଣିକ ସଂଘ ସଭାପତି ଜାନକୀ ବଲ୍ଲଭ ଜେନା ବରିଷ୍ଠ ସାମ୍ବାଦିକ ରାମ କୃଷ୍ଣ ରଥ,ମୋହିଉଦ୍ଧିନ ଅଉରାଂଯ଼େବ ପ୍ରମୁଖ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।
ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ନୟାଗଡର ପ୍ରଖ୍ୟାତ ସାମାଜିକ ଅନୁଷ୍ଠାନ ମା’ଫାଉଣ୍ଡେସନ ଆନୁକୂଲ୍ୟରେ ନୟାଗଡ ମୁନିସିପାଲିଟିର 11 ନଂ ୱାର୍ଡରେ ଥିବା ଆଶ୍ରୟସ୍ଥଳୀ ନିକଟରେ ଯୁବ ସମାଜସେବୀ ରଞ୍ଜନ ରଶ୍ମୀ ଜେନାଙ୍କ ପ୍ରତ୍ୟକ୍ଷ ସୁ ପରି ଚାଳନାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼.ପୋମା ଟୁଡୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବର୍ଷିଆନ ସମାଜସେବୀ ଦାମ ସାରଙ୍କ ସମେତ ସଙ୍ଗୀତଜ୍ଞ ବିଜୟାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଗେଇ ନେଇଥିଲେ ।
୧୫୧ତମ ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ନୟାଗଡ଼ ନଗର ତରଫରୁ ତ୍ରିନାଥ ଛକ ଠାରେ ଗାନ୍ଧୀ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧିଜୟନ୍ତୀ ପାଳନ କରାଯାଇଛି । ଏଥିରେ ବିଶ୍ୱରଞ୍ଜନ ବେହେରା,ନଗର ସମ୍ପାଦକ ଦିଲ୍ଲୀପ ନାୟକ, ସଚିକାନ୍ତ ବାଇ, ଆଲୋକ ବରାଡ଼, , ସୁନୀଲ ବାଇ,ତାପସ କୁମାର ଜେନା, ସୂର୍ଯ୍ୟପ୍ରସାଦ ଦାଶ, ଶ୍ରୀଧର ଜେନା ପ୍ରମୁଖ ଯୋଗ ଦେଇଥିଲେ । (ନୟାଗଡ ଜିଲ୍ଲା ରିପୋର୍ଟ –ରାମକୃଷ୍ଣ ରଥ)