ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ହିଞ୍ଜିଳିକାଟୁ :- ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ବର୍ତମାନ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିନ୍ତ୍ରତଣାଧିନ ରହିଛି । ଗଞ୍ଜାମ ଜିଲ୍ଲାରୁ କରୋନା ବିପଦ ସମ୍ପୁର୍ଣ୍ଣ ଟଳିନଥିବା ବେଳେ ବର୍ତମାନ ସ୍ଥିତିରେ ଆମ୍ଭକୁ ସାବଧାନ ସହକାରେ କୋଭିଡ଼ ନିୟମ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ଼ ସପ୍ତାହ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କୋଭିଡ଼ ସପ୍ତାହ ପାଳନର ୭ବ ଦିବସ ବୁଧବାର ଦିନ ସ୍ଥାନୀୟ ବ୍ଳକ କଂଚୁରୁ ଶାଖା ପକ୍ଷରୁ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗାୟତ୍ରୀ ପରିବାରର ବରିଷ୍ଟ ସଦସ୍ୟ ଗୌତମ ବାଡ଼ତ୍ୟାଙ୍କ ତତ୍ୱାବଧାନରେ ସ୍ଥାନୀୟ ବ୍ଳକ ଶ୍ରଦ୍ଧାପୁର, କଇଠଖଣ୍ଡି ଗ୍ରାମରେ ମାସ୍କ ବଂଟନ କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ସଭା ମାଧ୍ୟମରେ ସରକାରଙ୍କ ସମସ୍ତ କୋଭିଡ଼ ନିୟମ ମାନିଚଳିବା ପାଇଁ ସଚେତନ କରାଯିବା ସହ ଶପଥପାଠ କରାଯ।।ଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଂଚୁରୁ ମହନ୍ତ ହରିହର ଦାଶ ମହାରାଜ, ଗ୍ରାୟତ୍ରୀ ପରିବାରର ସଦସ୍ୟ ନବିନ ସାହୁ, ରାଜେନ୍ଦ୍ର ସାହୁ, ପି, ସୂରିୟା, ଦଣ୍ଡପାଣି ସାହୁ, ସନ୍ତୋଷ ସାହୁ, ଆଦିତ୍ୟ ସାହୁ, ସୋମନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ )