ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଦିଗପହଣ୍ଡି :- ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ରାତି ରେ ପରିଶ୍ରା ପାଇଁ ନିଦରୁ ଉଠିଥିବା ମହିଳା ଜଣକ କବାଟ ଖୋଲି ଘର ବାରିପଟ କୁ ଯାଇଥିବା ବେଳେ ପୂର୍ବରୁ ଛକି ରହିଥିବା ତାଙ୍କ ଗାଁର ଜଣେ ଯୁବକ ଅଙ୍ଗଦ ମଳିକ ମହିଳାଙ୍କୁ ଭୟଭୀତ କରି ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଆଇ ଆଇ ସି ବସନ୍ତ କୁମାର ସେଠୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ ।
ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତ ଅଙ୍ଗଦ ଙ୍କୁ ଗୁରୁବାର ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଛନ୍ତି। ମାମଲା ନଂ.୨୧୫/୨୦ ଦଫା – ୪୫୭/୩୭୬(ଆଇ) ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ ଗତ ୧୫ ତାରିଖ ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ପାଟି ଶୁଣି ତାଙ୍କ ଶ୍ବଶୁର,ଦେଢ଼ଶୁର ନିଦରୁ ଉଠି ଯୁବକଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ କୌଶଳକ୍ରମେ ଖସି ଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ( ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )














