
ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଦିଗପହଣ୍ଡି :- ଦିଗପହଣ୍ଡି ବ୍ଳକ ଭ୍ରମରପୁର ଗାଁ ଛକରୁ ଗୁରୁବାର ଅପରାହ୍ନ ପ୍ରାୟ ୨ ଟାରେ କେ.ନୂଆଗାଁ ପୋଲିସ ଏକ କାଠ ବୋଝେଇ ଡାଲା ଅଟୋ ନଂ. ଓଡ଼ି୦୭ ଜେଡ – ୬୯୮୦ କୁ ଜବତ କରି ସନ୍ଧ୍ୟାରେ ଦିଗପହଣ୍ଡି ବନ ବିଭାଗ କୁ ହସ୍ତାନ୍ତର କରିଥିବା ଜଣାପଡିଛି। କାଠ ବୋଝେଇ ଡାଲା ଅଟୋ ଟି ଦୃତଗତି ରେ ଯାଉଥିବା ବେଳେ ପୋଲିସ ଅଟୋ ର ପିଛା କରି ଧରିଥିଲେ ।

ଅଟୋ କୁ ତଲାସ କରିବାରୁ ସେଥିରେ କାଠ ଥିବା ଜଣାପଡିଥିଲା । ପୋଲିସ ବନବିଭାଗ ଫରେଷ୍ଟର ସନ୍ତୋଷ ମଲ୍ଲିକ ଙ୍କୁ ଡକାଇ ଗୌଡ ଗାଁ ର ଅଟୋ ଚାଳକ ଜେ. ଶକ୍ତି ଆଚାରୀ ଙ୍କ ସମେତ କାଠ ବୋଝେଇ ଡାଲା ଅଟୋ କୁ ଜିମା ଦେଇଥିଲେ । ଅଟୋ ଚାଳକ ଙ୍କୁ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟ ରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଜଣାଇଛନ୍ତି । ( ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )














