ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ବେଲଗୁଣ୍ଠା :- ବେଲଗୁଣ୍ଠା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ତରଫରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ସହ ସମାଜର ସମ୍ପର୍କ ବିଷୟରେ ଅବଲୋକନ କରିବା ସହ ମାନବ ସମାଜ ଓ ବୃକ୍ଷ ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ
ଏବଂ ପ୍ରତ୍ୟେକ ମନୁଷ୍ୟ ନିଜ ପାଇଁ ପ୍ରତିବର୍ଷ ଗୋଟିଏ ଗଛ ଲଗାଇବା ଆବଶ୍ୟକ ବୋଲି କହିଥିଲେ । ଜାତୀୟ ସେବା ଶିବିରର ପ୍ରୋଗ୍ରାମ ଅଫିସର ସନ୍ତୋଷ ବିଶ୍ୱାଳ କାର୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ରବୀନ୍ଦ୍ର ଗୌଡ,ଅଶ୍ୱିନୀ ପଗଡ,ସନ୍ୟାସୀ ପାତ୍ର ,ଅଞ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଶିବିର ଛାତ୍ରୀମାନେ ଉପସ୍ଥିତ ରହି ପ୍ରାୟ ୫୦ରୁ ଉର୍ଦ୍ଧ୍ବ କିସମର ଚାରାରୋପଣ କରିଥିଲେ । ( ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )