ଭୂବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ୧୯୯୫ଠାରୁ ଓଡ଼ିଶାର ଜୁଏଲାରୀ ବ୍ୟବସାୟ କ୍ଷେତ୍ରରେ ଗ୍ରାହକଙ୍କ ନିକଟରେ ଏକ ବିଶ୍ୱାସଯୋଗ୍ୟ ନାମ ଭାବେ ପରିଚିତ ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ’ରୁମ୍ ଖାରବେଳ ନଗର ସ୍ଥିତ ଶୁଭମ୍ ମାର୍କେଟଠାରେ ଉଦଘାଟିତ ହୋଇଯାଇଛି ।

ଶୁକ୍ରବାର ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ଶୋ’ରୁମକୁ ଇପାରି ଗୋବିନ୍ଦମ୍ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଇପାରି ପ୍ରସାଦ ରାଓ ଉଦଘାଟନ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶିକା ଇପାରି ପ୍ରତିଭା ଏବଂ ନିର୍ଦ୍ଦେଶକ ଇପାରି ରାଜ୍ କିରଣ ଉପସ୍ଥିତ ଥିଲେ ।














