ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା 4.1.2020 :- ଉଚ୍ଚ ଶିକ୍ଷା ଅଧୀନରେ କାର୍ଯ୍ୟରତ କର୍ମଚାରି ମାନେ ଏବେ ଏ କଥା ଶୁଣି ଆଶା ଓ ଆଶଙ୍କାରେ । କେବେ କାହା ଉପରେ କେତେବେଳେ 5T ଛାଟ ଲାଗିବ, ଦୁର୍ନୀତି ମାମଲାରେ ଛନ୍ଦି ହେବେ ।
ଏଣିକି ମନ ଇଛା ଆଉ ଛୁଟି ନେଇପାରିବେନି , ଛୁଟି ନେବାକୁ ହେଲେ କିରାଣୀ ଙ୍କ ନିକଟରେ ନୁହେଁ-ବିଭାଗ ମୁଖ୍ୟ ଙ୍କ ଠାରୁ ଅଧକ୍ଷଙ୍କ ପର୍ଯ୍ୟନ୍ତ ଅନୁମତି ଆବଶ୍ୟକ ପୁଣି ହାତରେ ପର୍ଯ୍ୟାପ୍ତ ସମୟ ଦରକାର,ଆଜି ଅନୁଷ୍ଠିତ ହୋଇଥିବା ଦିନିକିଆ କର୍ମଶାଳା ରେ ଏପରି ଶୁଣାଇଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ ।
ବିଭାଗର ଏଭଳି ବିଭିନ୍ନ ପ୍ରକାର ପଦକ୍ଷେପ ବହୁ ପୂର୍ବରୁ ନିଆଯାଇଛି ଯାହାଦ୍ୱାରା ସାଧାରଣ ଲୋକ ହଇରାଣ କେମିତି ନ ହେବ ନଜର ରହିଛି । ଯେମିତିକି ପ୍ରଥମେ ୭ଘଣ୍ଟା ଅଧ୍ୟାପକ ମାନଙ୍କ ପାଇଁ, ୭୫% ଉପସ୍ଥାନ ଛାତ୍ରଛାତ୍ରୀମାନଙ୍କ ପାଇଁ, ମହାବିଦ୍ୟାଳୟ ର ନିର୍ବାଚନ କୁ ବନ୍ଦ କରି ଶୈକ୍ଷିକ ବତାବରଣ ବଜାୟ ରଖିବା ଏମିତି ଅନେକ ପଦକ୍ଷେପ ।
ଏବେ ସମୟ ଆସିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କୁ ସାବଡ଼ କରିବା ପାଇଁ । ଆଉ ଏଥି ପାଇଁ ଅଣ୍ଟା ଭିଡ଼ିଛି ବିଭାଗ। ବହୁତ ଶୀଘ୍ର ମୁଖ୍ୟମନ୍ତ୍ରୀ ଙ୍କ 5T ଛାଟ ଲାଗିବ ଏବଂ ଦୁର୍ନୀତିରେ ଲିପ୍ତ କର୍ମଚାରୀ ଙ୍କୁ ବିଦାୟ ନେବାକୁ ପଡିବ ।